ପ୍ରାଶ୍ଚିତ
ପ୍ରାଶ୍ଚିତ


ରାତିରେ ଦିନେ ପାରା ଭାଡ଼ିରେ
ଶୁଭିଲା ଖଡ଼ଖଡ଼
ବିଲେଇ ପଶି ଝାମ୍ପଇ ବସି
ଲାଞ୍ଜକୁ କରି ବଡ ।
ଗୋପାଳ ନନା ଚାକର ଅନା
ପୁଷିକୁ ଦେଖେ ଯାଇଁ
ଗୁଲର ମାରି ଗଲା କି ମରି
ମାର୍ଜର ଦୋଷ ପାଇଁ ।
ପ୍ରାଶ୍ଚିତ ପାଇଁ ଆଦିଆ ଧାଇଁ
ତାଲିକା କଲେ ତହିଁ
ସପ୍ତାକ ପାଇଁ ବ୍ରାହ୍ମଣ ଖାଇ
ହୋମ କରିବେ ଯହିଁ।
ଚାକର ଟୋକା କାମୁଡି କୁଟା
ଭିକ ମାଗିବ ଘରେ
ଦୋଷୀଟି ପରି ହୋଇଛି ଠିଆ
ଆଖିରୁ ଲୁହ ଝରେ ।
ବିରାଡ଼ି ଉଠି ଧାଉଁଛି ଛୁଟି
ଚାକର ପିଲା ଡାକେ
ଅଦିଆନନା ମୁଣ୍ଡରେ ହାତ
ମାରି ଧାଇଁଲେ ଆଗେ ।