STORYMIRROR

Umashankar Satpathy

Romance

3  

Umashankar Satpathy

Romance

ଅଲୋଡ଼ା ପ୍ରେମ

ଅଲୋଡ଼ା ପ୍ରେମ

1 min
212

ଉତ୍କଣ୍ଠା ତୁମ ଖୁସିରେ

ଜାଣତରେ କେବେଠୁ ଦେଖୁଛି 

ଆଜି ବି ଈର୍ଷା 

କୋଣ ଅନୁକୋଣରେ

ମନରେ ଥିବା ଶୂନ୍ୟସ୍ଥାନକୁ

ପୂରଣ କରିବା ପାଇଁ ସିନା ପ୍ରୟାସ ମୁଁ କରେ

ତୁମ ପ୍ରେମର ବହ୍ନି 

ଖାଲି ମତେ ହିଁ ଜଳାଏ 

ପୋଡ଼ି ପାଉଁଶ ହେବା ପର୍ଯ୍ୟନ୍ତ, 

ଯେବେଠୁ ଦେଖିଛି 

ତୁମ ଆଲିଙ୍ଗନ 

ଜଳୁଛି ଅନ୍ତରେ ଅନ୍ତରେ

ଭସା ବାଦଲ ମୁଁ 

ଚୁମିଦିଏ ପୂର୍ଣ୍ଣମୀ ଚାନ୍ଦକୁ

କେବେ ଭଲ ପାଇଛ !!

ଯେବେ ମୁଁ ବର୍ଷିଛି

କୋମଳ ଶରୀର ତୁମର

ଯାହା ପୁଷ୍ପ ଭଳି ପ୍ରାପ୍ତ

ଝରଣା ବକ୍ଷର ଶିଳାରେ 

ଶିଉଳି ମୁଁ ସାଧନାରେ ଲିପ୍ତ 

ଆଇନାର ଚତୁଃପାର୍ଶ୍ୱେ 

ଯେତେ କାରୁକାର୍ଯ୍ୟ 

ମଧୁଶାଳା ପାଚେରିରେ 

ସେତିକି ଭାସ୍କର୍ଯ୍ୟ

କେମିତି ବୁଝେଇବି ଭାଙ୍ଗି 

ମୋ ନିରବତା

ଛଳନା ଜାଣିନି କେବେ 

ନୁହେଁ ମୁଁ ଭଲ ଅଭିନେତା

ବୁଝିଯା ଏ ଅଲୋଡ଼ା ପ୍ରେମକୁ

କାଳେ ମନେ ପଡିଯିବ ଦେଖି

ଯୁଇରେ ଏ ଲେଲିହାନ ଶିଖା

ଏଡିଦେଇ ସବୁ ଅନିଚ୍ଛାକୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance