ସଂପର୍କର ନଦୀ ତୀରେ
ସଂପର୍କର ନଦୀ ତୀରେ
ଦୁଇ ମନ ଏକ ଚୈତନ୍ୟ ଗଢି ଉଠେ ପ୍ରେମ ମନ୍ଦିର
ଦୁଇ ହୃଦୟ ମିଳନରେ
ସଂପର୍କର ନଦୀ ତୀରେ।
ସେ ନଦୀ ତୀରେ ସଂପର୍କର ନୁଆଁ ର ଘାଟ
ଯୋଗ ବିୟୋଗ ଚଲା ପଥରେ।
ସଂପର୍କ ର ନଦୀ ତୀରେ।
ଅନୁକୂଳ ରେ ସୀମା ନ ଲଙ୍ଘି ପ୍ରତିକୂଳ ରେ ମନକୁ ବାନ୍ଧି
ଶରୀର ବସି ଦେଖୁଛି ତୀରେ ।
ସଂପର୍କର ନଦୀ ତୀରେ।
ମାନ ଅଭିମାନର ଖେଳ ଲୁଚକାଳି ସେ ନଦୀ ତୀରେ ବୃକ୍ଷ ଗହଳି
ତା ପ୍ରତିବିମ୍ବ ଦିଶେ ଜଳରେ।
ସଂପର୍କ ର ନଦୀ ତୀରେ।
ଜ୍ଞାନର ସୂର୍ଯ୍ୟ ବିଦ୍ୟା ଉହାଡେ ସୂଚନା ଦିଏ ପ୍ରେମ ଅମର
ଚୀର ଶାସ୍ୱତ ଯୁଗ ଯୁଗରେ।
ସଂପର୍କ ର ନଦୀ ତୀରେ।
ଇର୍ଷା ର ବୁଦା ତୁଣ୍ଡ ବାଇଦ ନଦୀର ତୀରେ ଜଗି ବସିଛି
ନିରସ ଆଶା ବୁଡ ନିଏରେ।
ସଂପର୍କ ର ନଦୀ ତୀରେ।
ତ୍ୟାଗର ଡ଼ଙ୍ଗା ବିବେକ ନାଉରି ସମୟ କାତ ଆଗକୁ ମାରି
ସୁଖ ଦୁଃଖର ଗୀତ ଗାଏରେ।
ସଂପର୍କ ର ନଦୀ ତୀରେ।
ମନର ମଳ ନଦୀର ତଳ ସ୍ୱଛ ଧାରା ତୀରରେ ବହି
ପ୍ରେମର ଗୀତ ଗାଇ ଯାଏରେ।
ସଂପର୍କ ର ନଦୀ ତୀରେ।
ଦେଖି ହୁଅଇ ମନ ପ୍ରତିବିମ୍ବ ଶୁଣି ହୁଅଇ ହୃଦୟ କାବ୍ୟ
ସ୍ମୃତିର ଡଙ୍ଗା ଭାସି ଯାଏରେ।
ସଂପର୍କ ର ନଦୀ ତୀରେ।
ସକାଳୁ ସଂଜ ଦିନରୁ ରାତି ମାସ ବରଷ ଋତୁ ରୁ ଋତୁ
ଜୋଡି ପାଦ ଚିହ୍ନ ଦିଶିଯାଏରେ।
ସଂପର୍କ ର ନଦୀ ତୀରେ।
ଅଭୁଲା ସ୍ମୃତି ସ୍ମୃତି ଚାରଣ। ସଂପର୍କ ସ୍ମୃତି ର ଜ୍ୟୋତିକୁ ନେଇ
ଆଶା ସେ ଜ୍ୟୋତିରୁ ଧାରେ।
ସଂପର୍କ ର ନଦୀ ତୀରେ।

