Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ପ୍ରୀତି ନିର୍ଝରିଣୀ

ପ୍ରୀତି ନିର୍ଝରିଣୀ

1 min
185


ଲିଭିବନି କେବେ ଆଖିତଳୁ ମୋର

ତୁମରି ଅଭୁଲା ନାମ

ହଜିବନି କେବେ ମୋ ମନରୁ ସଖୀ

ତୁମରି ମଧୁର ପ୍ରେମ I


ଶୁଖିବନି କେବେ ପ୍ରୀତି ନିର୍ଝରିଣୀ

ତୁମ ପ୍ରେମସୁଧା ବାରି

ଖାଲି ହେବନାହିଁ ତୁମ ସ୍ଥାନ କେବେ

ମୋ ହୃଦୟ ସ୍ୱପ୍ନପୁରୀ I


ମରିବନି କେବେ ବିଶ୍ୱାସ ମୋହର

ସାଇତା ଯା ହୃଦତଳେ

କ୍ଷୀଣ ହେବନାହିଁ ନିଃଶ୍ୱାସର ଗତି

ତୁମପାଇଁ ଯାହା ଚାଲେ I


ଭରସା ମୋହର ତୁମଠାରୁ କେବେ

ହୋଇବ ନାହିଁ ଲୋ ଉଣା

ଆଖିତଳେ ପରା ତୁମେ ରହିଅଛ

ହେବି କିଆଁ ବାଟବଣା ? 


ଝରିବନି ମୋର ଆଖିରୁ ଲୋତକ

ଉଠିବନି କେବେ କୋହ

ଯେତେଦିନ ଯାଏ ଦେଖୁଥିବି ସଖୀ

ତୁମ ହସ ହସ ମୁହଁ I


ତୁମେ ତ ଦେଉଛ ସ୍ୱର୍ଗସୁଖ ମୋତେ

ଏ ମର ମରତ୍ତ ଧାମେ

ଖୁସିମନେ ସଦା ଜୀଇଁବି ଲୋ ସଖୀ

ଭିଜି ଭିଜି ତୁମ ପ୍ରେମେ I



Rate this content
Log in

Similar oriya poem from Romance