STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance

ମୁଁ ତୁମକୁ ଭଲ ପାଏ

ମୁଁ ତୁମକୁ ଭଲ ପାଏ

1 min
249

ବଗିଚାରେ ମହକ ଭରି 

ସଦ୍ୟ ଫୁଟିଥିବା ଫୁଲଟିକୁ

ଦେଖିଲେ ଏକ ଲୟରେ

ମନ ଯେମିତି ଉତ୍ସୁକତାରେ 

ରୋମାଞ୍ଚିତ ହୁଏ

ଏକ ଅପୂର୍ବ ଆନନ୍ଦରେ 

ନାଚି ଉଠେ ଆବେଗତାରେ

ଆକର୍ଷି ନିଏ ଆଖିର ଦୃଷ୍ଟି

ହୋଇ ଯାଏ ନିର୍ବାକ୍

ଅନାବିଳ ପ୍ରବଣତାରେ

ସେମିତି ହିଁ ପବିତ୍ରତାରେ

ମୁଁ ତୁମକୁ ଭଲ ପାଏ।


ନିଷ୍ପାପ କୁନି ଶିଶୁଟିଏ

ହାତ ଗୋଡ଼ ଝାଡି

ଖେଳୁଥାଏ ମାଆ ଖୋଳେ

ମିଠା ହସ ତାର ମନଭୁଲା

ଯେମିତି ଚୁମ୍ବକ ପରି ଟାଣିନିଏ

ହୃଦୟ ଭିତରୁ ସବୁ ସ୍ନେହ

କୋଳେଇ ନେଇ ପପିଟିଏ

ଦେବାକୁ ମନ ହୁଏ

ଠିକ୍ ସେମିତି ନିର୍ବିକାରରେ

ମୁଁ ତୁମକୁ ଭଲ ପାଏ।


ସୁଲୁ ସୁଲିଆ ଧିର ପବନ

ବହୁଥିବା ବେଳେ ନଈକୂଳେ

ବୁଲୁ ବୁଲୁ ତା ଇଲାକାରେ

ଦେଖିଲେ ବହି ଯାଉଥିବା

ଝରଣାର ମନ୍ଥର ଗତି

ସ୍ଵଚ୍ଛ ଜଳଧାରର ହିଲ୍ଲୋଳ

ଯେମିତି ଲାଗେ ମନ୍ତ୍ରମୁଗ୍ଧ

ସ୍ତବ୍ଧ ହୋଇଯାଏ ଦେଖି

ଏକ ନିରୁତ୍ତର ମୁହୂର୍ତ୍ତରେ

ସେମିତି ଅନାସକ୍ତ ଭାବେ

ମୁଁ ତୁମକୁ ଭଲ ପାଏ।


ମୋର ଏ ଭଲ ପାଇବାରେ

ନାହିଁ କିଛି ଦୈହିକ କାମନା

ଅବା ନାହିଁ ଆତ୍ମ ସ୍ଵାର୍ଥ

ପୂରଣ କରିବାର ଉଦ୍ଦେଶ୍ୟ

ଅଛି କେବଳ ମାନିସିକତାରେ

ଅନୁପମ ପ୍ରକୃତି ମଧ୍ୟରେ

ଛପି ରହିଥିବା ନିଛକ ସତ୍ୟକୁ

ଉପଲବ୍ଧି କରି ତୃପ୍ତି ପାଇବା

ଯା ପୁଲକିତ କରେ ପ୍ରାଣକୁ

ଜୀବନକୁ ବୁଝିବାରେ 

ସହଜ ସୁନ୍ଦର କରିବାରେ

ଭରିଦିଏ ପ୍ରେରଣା

ସେହି ଚେତନାର ଚିନ୍ତନରେ

ମୁଁ ତୁମକୁ ଭଲ ପାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance