Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Romance

3  

Chittaranjan Nanda

Romance

ପୁରୁଷ କି ବୁଝିବ ନାରୀର ପ୍ରେମକୁ?

ପୁରୁଷ କି ବୁଝିବ ନାରୀର ପ୍ରେମକୁ?

1 min
170


ପ୍ରାଣ ଠାରୁ ଯିଏ କରିଥିଲା ପ୍ରିୟ,

ହୋଇଲା ଅଲୋଡ଼ା,

ହେଲା କଳଙ୍କିତା,

ଏହା ତ ପୁରାଣରେ 

ଦେଖାଇଛ ତୁମେ.


ପ୍ରଶ୍ନ ମୋର କୁହ 

ଏ ନୁହେଁ କି ବlସ୍ତବତା....???

ଏହା ନୁହେଁ କି କପଟତା.......???


ଯେତେ ଡିଣ୍ଡିମ ପିଟ,

ରାଧା ଏକ କଳ୍ପନା, 

ସାଧାରଣ ଲୋକ ବୁଝି ପାରିବେନି

ସେ ଅମର, ପବିତ୍ର ଓ ଶାଶ୍ୱତ.... ପ୍ରେମକୁ.....


ମୁଁ କହିବି ସେ ଅବସ୍ଥା ଏକ

ସାମାଜିକ ଚରିତ୍ରର,

ଦର୍ପଣ ଏକ ପିତୃକୈନ୍ଦ୍ରିକ ସାମାଜିକ ଜୀବନର,

ଦର୍ଶନ ପୁରୁଷପ୍ରାଧାନ୍ୟ ଚିନ୍ତନର.


ପୁରୁଷ କାହିଁକି ବୁଝିବ ନାରୀର ପ୍ରେମକୁ.........???

କାହିଁକି ଉପଲବ୍ଧି କରିବ ନାରୀର ଆତ୍ମାକୁ.........???


ପୁରୁଷ ତ କପଟିଆ...

ନାରୀ ପରା ସର୍ବଂସହା

ନାରୀ ଜାଣି ଜାଣି 

ଗାଳି ମନ୍ଦ ସହି ସହି

ନିଜର ସ୍ୱାର୍ଥର ଜଳାଞ୍ଜଳି ଦେଇ

ଝାସ ଦେଲା ଅନଳରେ

ଭୁଲି ଅପଵାଦକୁ.


ହେ ! ନାଟୁଆ କପଟିଆ କୃଷ୍ଣ

ଖାଲି ତୁମ ପାଇଁ, ରାଧା ହେଲା କଳଙ୍କିନୀ....

ଏହା କଣ ତାର ଅଧିକାର ନା

ତା ଉପରେ ଅତ୍ୟାଚାର ....?????



Rate this content
Log in

Similar oriya poem from Romance