STORYMIRROR

Satyabati Swain

Romance

3  

Satyabati Swain

Romance

ମିଠା ମିଠା ଯନ୍ତ୍ରଣା

ମିଠା ମିଠା ଯନ୍ତ୍ରଣା

1 min
192

ତୁମପାଇଁ ପ୍ରତୀକ୍ଷା ମୋ ଶେଷହୀନ

ତୁମଠାରୁ ମୋର ପ୍ରତ୍ୟାଶା ଅକଳନ

ହୃଦୟର ଆଲୋଡନ ଅବ୍ୟକ୍ତ

ମୁହଁ ଖୋଲି ପାରିଲିନି

ମୋ ଭଲ ପାଇବା ତୁମ ପାଇଁ କେତେ ବ୍ୟାପ୍ତ!!!!


ସୀମାହୀନ ମୋ ଚାହିଁବା ପାରିବନି ମାପି

ଅକାଶଠୁ ପୃଥିବୀ ପର୍ଯ୍ୟନ୍ତ

ତୁମକୁ ଦେଖିବାର ଆଖି ତୃଷ୍ଣା

ଛଟପଟ କରେ ଅହରହ କିନ୍ତୁ ଦେହାତୀତ

କେବଳ ଦୁରୁ ଦେଖି ଦେଲେ ମନ ଉଲ୍ଲସିତ।।


ତୁମ ପ୍ରତି ଅହେତୁକ ମାୟା, ସେହ୍ନ,ମମତା

ନିହାତି ନିରୁତା ନିଆରା 

ତୁମ ପ୍ରତି ମୋ ଆସକ୍ତି,ଆକର୍ଷଣ

ଶାଶ୍ୱତ,ସ୍ୱର୍ଗୀୟ ବିନା ଆଲକୋହଲର ପିଆଲା

ନିଶାରେ କିନ୍ତୁ ଭାଙ୍ଗିଦିଏ ମୋ ମନଘର ତାଲା।।


ଇଚ୍ଛାମାନେ ପ୍ରତି ମୁହୂର୍ତ୍ତେ ଅଳି କରନ୍ତି

ତୁମ ସଙ୍ଗେ ରହିବାକୁ,ଗପିବାକୁ,ଦେଖିବାକୁ

ଏକା ଏକା ବସି ଚୁପ ଚାପ ତୁମ କଥା ଭାବିବାକୁ

ତୁମର ସମସ୍ତ ଦୁଃଖ, ଅଭାବ ସମସ୍ୟାକୁ

ନିଜ ପାପୁଲିରେ ଭରି ତୁମ ସହ ବାଟ ଚାଲିବାକୁ।।


ଯେବେ କଲମ ଧରୁଛି ତୁମେ କବିତା ହୋଇ ଯାଉଛ

ତୁଳୀରେ ତୁମେ ଛବି ହୋଇ ମୋନାଲିସା ହସ ହସୁଛ

ଇସ!!ତୁମେ କି ଯାଦୁ ଜାଣିଛ

ଗଙ୍ଗଶିଉଳି ବାସ୍ନାରେ ମୋତେ ମହକାଇ ଦେଉଛ

ମିଠା ମିଠା ଯନ୍ତ୍ରଣାରେ ଡୁବାଇ ମାରୁଛ!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance