STORYMIRROR

Dr Baman Chandra Dixit

Romance

3  

Dr Baman Chandra Dixit

Romance

ଶ୍ରାବଣୀ ଗୋ

ଶ୍ରାବଣୀ ଗୋ

1 min
271


ଶ୍ରାବଣୀ ଗୋ ତୁମେ

ଅଙ୍ଗେ ଅଙ୍ଗେ ତୁମ 

ନିଶା ଯେତେ ନେସି ରଖିଛ

ଓଦା ବାସ ତଳେ

ନିଦା ବୟସ ର

ମାଦକତା ମୋହ ଲେଖିଛ।


ଓଢଣୀ ର ଆଡ଼େ ଲପନ ଲୁଚେଇ

ବାରି ରୋଧିବାର କାମନା

ଛିଟିକି ଅଟକି ବିନ୍ଦୁ ଟିକି ଟିକି

ବାରଣ କରନ୍ତି ଜାଣନା

ଆରକ୍ତ ଅଧର ଧରି ଦନ୍ତ ଧାରେ

ଅଧିର ବିଭୋର କରୁଛ।


ଭିଜା ଓଢଣୀ କୁ ଓଟାରି ଖୋସିଛ

ଆଣ୍ଟ ରେ ଅଣ୍ଟି ର ତଳକୁ

ଅମାନିଆଁ ଆଖି ଲାଖି ଯାଏ ଦେଖି

ରୂପ ସମ୍ଭାର ସୁଢ଼ଳ କୁ।

ଢଳ ଢଳ ବାରି ଧାର ଧାର ଧରି

ନାଭି ରନ୍ଧ୍ରେ ରୁନ୍ଧି ରଖିଛ।


ଅତି ଝିନ ଶାଢ଼ୀ ଅଙ୍ଗେ ଅଙ୍ଗେ ଜଡ଼ି

ନିଜ ରଙ୍ଗ ନିଜେ କଳୁଛି,

ତଵ ଅଙ୍ଗ ରଙ୍ଗ ଯତି ମତି ଭଙ୍ଗ

ଅନଙ୍ଗ ଅଗନି ଜାଳୁଛି

ପବନ ପାଗଳ ଚପଳ ଛୁଆଁ କୁ

ବାହୁ ବନ୍ଧନୀ ରେ ବାନ୍ଧିଛ।


ଚଞ୍ଚଳ କରନା ଚପଳା-ବରନା

ଦୁଇ ଦଣ୍ଡ ଯାଅ ଅଟକି

ଝଟକା କେଶ କୁ ଅଟକା ବାସ କୁ

ମୁକୁଳା ନା ଖୋସା ଅଣ୍ଟି କି

କାମୀ କାମନାର ତୃପ୍ତି ଅଶୁମାର

ଚିତ୍ରଲିପି ଲେଖି ରଖିଛ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance