STORYMIRROR

Rekharani Sahu

Romance

3  

Rekharani Sahu

Romance

ତୁମେ

ତୁମେ

1 min
231

ଜାଣେନି କ'ଣ ହେବ ସେ ସମ୍ପର୍କ 

କି ତା ନାମ ବି କିଛି ଦେଇନି 

ତୁମକୁ ଦେଖିବା ପରେ 

ତୁମ ସହ ଆଳାପ ପରେ 

ତୁମେ ଯେପରି ଆପଣାର ବୋଲି 

ପ୍ରତୀତ ହୁଏ ସେ ପ୍ରଥମ ସାକ୍ଷାତରେ

ଜାଣିବାକୁ ଇଚ୍ଛା ଜାଗ୍ରତ ହୁଏ ମନରେ

ହେଲେ ନିଜକୁ ରୋକି ନିଏ 

କାହିଁକି ନା କି ନାମ ଦେବି 

ଏ ନାମହୀନ ସମ୍ପର୍କରେ

ତୁମେ ଭାବିପାର ଏତେ ଚୁପ୍ ରହି 

ପାରୁଛି କିପରି , 

ସତ କହୁଛି 

ପ୍ରତି କ୍ଷଣ ଲାଗୁଛି ବରଷ ପରି ....

ଜାଣେନି ଆଗାମୀ ପଦକ୍ଷେପ କଣ ହେବ 

କିନ୍ତୁ ବିଶ୍ୱାସ ଏ ହୃଦୟକୁ ଦେଇଛି 

ମିଳନ ନିଶ୍ଚିତ ହେବ ....

ଜାଣେନି ଏ ସମାଜ ଏ ସମ୍ପର୍କର ନାମ କଣ ଦେବ 

କିନ୍ତୁ ଏ ମନ ତାକୁ ପବିତ୍ରତାର ବୋଲି ଘୋଷଣା କରିବ ...

ସାତ ଦୀପ ଆଠ କଳସ ଦେଇ 

ଯେବେ ହୋମ ନିଆଁରେ 

ଲଜ୍ଜା ଜଳିବ 

କଥା ଦେଉଛି ଏ ଜୀଵନ ସେବେଠୁ

ତୁମ ନାମରେ ହେବ ...

ମୁଁ ଏବେ କିଛି ସ୍ୱପ୍ନ ସଜାଇନି 

ଏ ଆଖିରେ 

କାହିଁକି ନା ମୁଁ ବିଶ୍ଵାସ କରେ 

ବର୍ତ୍ତମାନରେ ...

ଆଶା ନାହିଁ ପାଇବାର କିଛି 

କିନ୍ତୁ ତୁମକୁ ପାଇଲା ପରେ 

ହରାଇବାକୁ ଚାହିଁବିନି କିଛି ....

ତୁମକୁ ଦେଖେ ନିଜ ଆଖିରେ 

ପ୍ରତି ମୁହୂର୍ତ୍ତରେ

କେମିତି କହିବି 

ଅପେକ୍ଷା କରିଛି ତୁମକୁ 

ପ୍ରତି ସ୍ପନ୍ଦନରେ.....।।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance