STORYMIRROR

kamal kumar dash

Romance

3  

kamal kumar dash

Romance

ତୁମେ ମୋ କବିତା

ତୁମେ ମୋ କବିତା

1 min
293

ମୁଁ ତୁମକୁ ନେଇ  ଲେଖୁଛି କବିତା 

   ତୁମେ ମୋ ମନର କଥା 

ମୋର ସପନରେ ମୋ ସବୁ ଖୁସିରେ

   ତୁମରି ଖୁସିର କଥା (୧)


କବିତା ଗୋ ଆଜି  ତୁମରି ପାଇଁକି 

   ଲେଖୁଛି ବସି କବିତା 

ସ୍ମୃତିକୁ ତୁମରି   ଏକାଠି କରୁଛି 

  ଭାବୁଛି ତୁମରି କଥା (୨)


ଜୀବନଟା ନୁହେଁ  ମାୟା ମରୀଚିକା 

  ଖେଳଘର ବlଲିଘର 

କିଛି ସ୍ମୃତି କିଛି ପ୍ରୀତି ଅନୁଭୂତି 

  କାହାଣୀ ତୁମର ମୋର (୩)


ମନ ମନ କଥା  ଲେଖେ କବିତାରେ 

  ମୋ ମନ ବୁଝିବା ପାଇଁ 

କିଏ ସେ ପଢିକି   ଟିକେ ଖୁସି ହେଲେ 

  ଖୁସିରେ ହସିବି ମୁହିଁ (୪)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance