ତୁମେ ମୋ କବିତା
ତୁମେ ମୋ କବିତା
ମୁଁ ତୁମକୁ ନେଇ ଲେଖୁଛି କବିତା
ତୁମେ ମୋ ମନର କଥା
ମୋର ସପନରେ ମୋ ସବୁ ଖୁସିରେ
ତୁମରି ଖୁସିର କଥା (୧)
କବିତା ଗୋ ଆଜି ତୁମରି ପାଇଁକି
ଲେଖୁଛି ବସି କବିତା
ସ୍ମୃତିକୁ ତୁମରି ଏକାଠି କରୁଛି
ଭାବୁଛି ତୁମରି କଥା (୨)
ଜୀବନଟା ନୁହେଁ ମାୟା ମରୀଚିକା
ଖେଳଘର ବlଲିଘର
କିଛି ସ୍ମୃତି କିଛି ପ୍ରୀତି ଅନୁଭୂତି
କାହାଣୀ ତୁମର ମୋର (୩)
ମନ ମନ କଥା ଲେଖେ କବିତାରେ
ମୋ ମନ ବୁଝିବା ପାଇଁ
କିଏ ସେ ପଢିକି ଟିକେ ଖୁସି ହେଲେ
ଖୁସିରେ ହସିବି ମୁହିଁ (୪)