STORYMIRROR

Suryakanta parida

Romance

3  

Suryakanta parida

Romance

ସ୍ମୃତି

ସ୍ମୃତି

1 min
269

  ସ୍ମୃତିର ପଦ୍ୟାବଳି ଆଜି ବସି ପଢୁ ଥିଲି 

ତା ଦେହେ ପାଇଲି ଆମ ପୁରାତନ ପ୍ରେମର ଫସିଲି 

  ଇନ୍ଦ୍ରଧନୁ ରଙ୍ଗ ନେଇ ଦିଶେ ଆଜି ଝିଲିମିଲି 

 ଆଜି ବି ସେ ପ୍ରେମ ଅଛି ଅଛି ଦହନ ଓ ଜ୍ୱାଳା 

  ଯେପରି ଯମୁନାର ନୀଳ ଜଳେ ଭାଷେ 

   ମୋର ପରିତକ୍ତ କଦମ୍ବର ମାଳା 

    ହେ ରାଧା କାହିଁକି ମୋଉନ 

 ସୋପ୍ନର ଢେଉ ଡେଇଁ ଚାଲ ଆମେ ଚାଲି ଯିବା 

 ସେଇ ଅଜଣା ନିର୍ଜନ ଦୀପକୁ ଯେଉଁଠି ନଥିବ 

  ସମାଜର କୋଳାହଳ ନୀତି ଓ ବନ୍ଧନ 

    ମଣିଷ ମଣିଷ ପରି ବଂଚିବ 

   ହସୁଥିବ ରୂପା ଜହ୍ନ ଖିଲିଖିଲି 

   ଝିଲିମିଲି ଜୋଛୋନା ଝରାଇ 

   ହସୁଥିବ ଘାସ ଫୁଲ ଫିକି ଫିକି 

   ବସୁଥିବେ ଚିକିମିକି କଙ୍କି ପ୍ରଜାପତି 

  ମନ ସହ ମନ ଯୋଡି ରହିଯିବା ଦିନ ରାତି 

  ଭୁଲିଯିବା ଭୁଲ ବୁଝାମଣା ଘୃଣା ଓ ସନ୍ଦେହ 

 କଣ ଏବେ ରାଜିତ ତେବେ ଚାଲଯେତେ ଶୀଘ୍ର 

   ସେଇ ଅଜଣା ନିର୍ଜନ ଦୀପକୁ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance