Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Classics Inspirational

3  

Satyanarayan Sahoo

Romance Classics Inspirational

ଏଲିଆନ

ଏଲିଆନ

1 min
110



ପର ଗ୍ରହୀ ପ୍ରାଣୀ ମାନେ ଏଲିଆନ ନାମେ

ଅଭିହିତ କରି ଛନ୍ତି ପୃଥିବୀ ର ଜନେ ।


ଆକାର ଆକୃତି ମଧ୍ୟ ମଣିଷ ର ଭଳି

ଭଳି ଭଳି ଯାନ ଚଢି ଆଲୋକ କୁ ଜାଳି ।


ବେଳେ ବେଳେ ଆମ ପୃଥିବୀ କୁ ଆସି ଥାନ୍ତି

ଅବା କାବା ହୋଇ ଯାନ୍ତି ଜନେ ତାଙ୍କୁ ଦେଖି ।


ଚକିତ ହୋଇ ଉଠେ ଚିତ୍ତ ସଭି ଙ୍କର

ଏଲିଅନ ଦରଶନ , କି ! ରୋମାଞ୍ଚ କର ।


ରହସ୍ୟ ରୋମାଞ୍ଚ ଭରା ଜୀବନ ଯାତ୍ରା ରେ 

ଅବସ୍ଥିତ ପରିବେଶ ଅନ୍ୟ ପୃଥିବୀ ରେ ।


ଥିବା ବିଭିନ୍ନ ପ୍ରକାର ଅବସ୍ଥା ଇତ୍ୟାଦି

ବିଷୟରେ ଜାଣିବାକୁ କରାଏ ଆଗ୍ରହୀ ।


ଅନନ୍ତ ଦୂରତା କୁ ସେ ଅତିକ୍ରମ କରି

ଆସି ଥାନ୍ତି ଗୋଲ।କୃତି ଯାନ ରେ ସେ ଚଢ଼ି ।


ଯାନ ଟି ତାଙ୍କର ଅଟେ ପୂର୍ଣ୍ଣ ଗୋଲାକାର

ଦୂରରୁ ଦେଖିଲେ ଦିଶେ ଥାଳିଆ ପ୍ରକାର ।


ଉଡନ୍ତା ଥଳିଆ ବୋଲି କୁହାଯାଏ ତାକୁ

ଏଲିଆନ କହି ଥାଉ ତାର ଚାଳକ କୁ ।


ନାନା ବର୍ଣ୍ଣ ର ଆଲୋକ ତହିଁ ରୁ ବାହାରେ

ନିର୍ମିତ ତା' ପର ଗ୍ରହୀ ଜ୍ଞାନ କୌଶଳ ରେ ।


ବୈଷୟିକ ଜ୍ଞାନ ବିଦ୍ୟା ବୁଦ୍ଧି ରେ ଉନ୍ନତି

ଅତ୍ୟନ୍ତ , ଉନ୍ନତ , ସଭ୍ୟ , ଏଲିଓନ ଜାତି । 


ଜ୍ଞାନ - ଗାରିମା ଓଉତ୍କର୍ଷ୍ୟ ଅସୀମ ଭଣ୍ଡାର

 ପରିପୂର୍ଣ ବିଭା , ତାଙ୍କ ପ୍ରତିଭା ସମ୍ଭାର ।


ଅନୁପମ , ଅତୁଳନ ବିଶ୍ଵ ରେ ଅନନ୍ୟ

 ଦୃଷ୍ଟାନ୍ତ ସ୍ୱରୂପ ସେହି , ଯେହୁ ଏଲିଆନ ।


ଗ୍ରହ ଗ୍ରହାନ୍ତାର ଯାତ୍ରା କରି ସେ ସଫଳ

କାହାଣୀ , କବିତା ତାଙ୍କ , ସେପରି ବିପୁଳ ।


Rate this content
Log in

Similar oriya poem from Romance