STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ତୁମପାଇଁ

ତୁମପାଇଁ

1 min
162


ଡାକିବ ଯଦି “ତୁମକୁ ପ୍ରିୟା

ସମର୍ପି ଦେବି” ଏ ମୋର କାୟା 

ଜହ୍ନ ରାତିରେ ତାରା ଫୁଲର

ଗଢିବି ସଖି ପ୍ରେମ ମୀନାର ।।


ଉଛୁଳା ପ୍ରେମ ମଧୁର ଝର

ଝରଇ ଖାଇ ତା ଦୁଇ କୂଳ

ପହଁରି ଯାଇ ମୋ ପ୍ରେମ ଜଳେ

ମାପିବ ମୁଁ ଯେ କେତେ ଗଭୀର ।।


ଅଦୂରୁ ତୁମ ସୌନ୍ଦର୍ଯ୍ୟ ଶୋଭା

ଦିଶଇ ଯେଉଁ କାଞ୍ଚନ ଆଭା

ମନରେ ମାରେ ମନ୍ମଥ ଶର

ପାରୁନି ସହି କରେ ଅଧୀର ।।


ଯେବେଳେ ସଖି ମୋହାତେ “ଧରା

ଦେବ” କରିବି ମୁଁ ଗଳା ମାଳା

ଝରିବ ସୁଧା ଶାନ୍ତି ର ହସ

ପୁରଣ ହେବ ମୋ ଅବଶୋଷ ।।


ଆସିବି ନିଶ୍ଚେ, ପରୀକ୍ଷା ଛଳେ

ଡାକ ଗୋ ସଖି ପିରତୀ ଭୋଳେ

ତୁମ ମଧୁର ପ୍ରେମ ଆମନ୍ତ୍ରେ

ସହଳେ ଧରା ଦେବି ତୋ ହାତେ ।।


ସ୍ଵତ୍ସ ଅଭୁଲା ପ୍ରେମ ମଦିରା 

ପରଶି ତୋରେ କରି ଅଧୀରା

ହେବି ମୁଁ ନିଜେ ପ୍ରେମ ପାଗଳା

ରଖିଛି ମୋର ହୃଦୟ ଖୋଲା ।।


ବିଳମ୍ଵ କିଆଁ ଡାକିବା ପାଇଁ

ସଜ ହେଲିଣି ଯିବିରେ ସହୀ

ତୋ କୋଳେ ଶୋଇ ଏ ଜହ୍ନ‌ରାତି

କାଟିବି ନିସି ପରଶି ପ୍ରୀତି ।।


 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance