Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Romance

3  

Prafulla Chandra Mishra

Romance

ତୁମପାଇଁ

ତୁମପାଇଁ

1 min
154



ଡାକିବ ଯଦି “ତୁମକୁ ପ୍ରିୟା

ସମର୍ପି ଦେବି” ଏ ମୋର କାୟା 

ଜହ୍ନ ରାତିରେ ତାରା ଫୁଲର

ଗଢିବି ସଖି ପ୍ରେମ ମୀନାର ।।


ଉଛୁଳା ପ୍ରେମ ମଧୁର ଝର

ଝରଇ ଖାଇ ତା ଦୁଇ କୂଳ

ପହଁରି ଯାଇ ମୋ ପ୍ରେମ ଜଳେ

ମାପିବ ମୁଁ ଯେ କେତେ ଗଭୀର ।।


ଅଦୂରୁ ତୁମ ସୌନ୍ଦର୍ଯ୍ୟ ଶୋଭା

ଦିଶଇ ଯେଉଁ କାଞ୍ଚନ ଆଭା

ମନରେ ମାରେ ମନ୍ମଥ ଶର

ପାରୁନି ସହି କରେ ଅଧୀର ।।


ଯେବେଳେ ସଖି ମୋହାତେ “ଧରା

ଦେବ” କରିବି ମୁଁ ଗଳା ମାଳା

ଝରିବ ସୁଧା ଶାନ୍ତି ର ହସ

ପୁରଣ ହେବ ମୋ ଅବଶୋଷ ।।


ଆସିବି ନିଶ୍ଚେ, ପରୀକ୍ଷା ଛଳେ

ଡାକ ଗୋ ସଖି ପିରତୀ ଭୋଳେ

ତୁମ ମଧୁର ପ୍ରେମ ଆମନ୍ତ୍ରେ

ସହଳେ ଧରା ଦେବି ତୋ ହାତେ ।।


ସ୍ଵତ୍ସ ଅଭୁଲା ପ୍ରେମ ମଦିରା 

ପରଶି ତୋରେ କରି ଅଧୀରା

ହେବି ମୁଁ ନିଜେ ପ୍ରେମ ପାଗଳା

ରଖିଛି ମୋର ହୃଦୟ ଖୋଲା ।।


ବିଳମ୍ଵ କିଆଁ ଡାକିବା ପାଇଁ

ସଜ ହେଲିଣି ଯିବିରେ ସହୀ

ତୋ କୋଳେ ଶୋଇ ଏ ଜହ୍ନ‌ରାତି

କାଟିବି ନିସି ପରଶି ପ୍ରୀତି ।।


 




Rate this content
Log in

Similar oriya poem from Romance