STORYMIRROR

Nityananda Behera

Romance

3  

Nityananda Behera

Romance

ବ୍ୟଥାର ତାଣ୍ଡବ

ବ୍ୟଥାର ତାଣ୍ଡବ

1 min
160

ତୁମ ପ୍ରେମର ଛଳନାରେ

ପ୍ରତାରଣାର ଶବ୍ଦ ସବୁ ଗୋଟି ଗୋଟି 

ଉତ୍ତରି ଯାଏ ହୃଦୟର ଖୋଲା କାଗଜରେ

ମୂଳରୁ ଅଗ ଯାଏ

ଲତାଟିଏ ପରି ମାଡି ଯାଇଥିବା ପ୍ରେମ

ଯେତେବେଳେ ମୂଳରେ ଛିଣ୍ଡିଯାଏ

ଶବ୍ଦର କୁରାଢ଼ିରେ

ସେତେବେଳେ ଲହୁ ବି ଲୁହ ହୋଇ ଝରେ

ଓଠ ଛୁଇଁ ସ୍ପନ୍ଦନ ବି ଛୁଏଁ 

ଚେନାଏ ଦୁଃଖ 

ଯନ୍ତ୍ରଣାରେ ଜର୍ଜରିତ ହୁଏ

କ୍ଷତାକ୍ତ ହୃଦୟ 

ବକ୍ଷଦେଶେ ପ୍ରେମ ରଚେ ବ୍ୟଥାର ତାଣ୍ଡବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance