STORYMIRROR

Nityananda Behera

Abstract

3  

Nityananda Behera

Abstract

ବହି

ବହି

2 mins
11.8K

ତୋ ପ୍ରତିଟି ପୃଷ୍ଠାରେ

ପ୍ରତିଲିପିତ ପ୍ରଜ୍ଞାପୂର୍ଣ୍ଣ ଶବ୍ଦ!

ନିରବତାରେ ବି ଝଙ୍କୃତ ହୁଏ...

ଶବ୍ଦର ଗୁଞ୍ଜରଣରେ ..

ଗୁଞ୍ଜରିତ ହୁଏ ଗଜଲ…!

ସୃଷ୍ଟି କରେ ସଙ୍ଗୀତର ...

ସୁଲଳିତ ସ୍ୱର….

ତୋଳେ ,ମଧୁର ଝଙ୍କାର …!।

ତୋ ପ୍ରତିଟି ଶବ୍ଦରେ…..

ନିଗୁଢ଼ ,ଗୂଢ-ତତ୍ୱ-ଅର୍ଥ

ଶବ୍ଦର ନୃତ୍ୟରେ

ନିତ୍ୟ ହୁଏ….

ନିକ୍ୱଣିତ ….!

ତୋ ହୃଦୟ କାନଭାଷରେ….

ଫୁଟି ଉଠେ…

କୋଟି କୋଟି ହୃଦୟର

ପ୍ରତିଛବି….!

କ୍ଷୁଦ୍ର ଖଦ୍ୟୋତ କୁ

ତୁ କରିପାରୁ ରବି…!

ତୁ, ତୋ ବୁକୁ ପଙ୍କରେ….

ଫୁଟାଇ ପାରୁ…

ଶବ୍ଦର ଶତଦଳ !

ତୋଳିପାରୁ….

ବହୁତଲ ପ୍ରାସାଦ...

ହୀରାମୋତିର ମହଲ !

ଆଣିପାରୁ ଆକାଶର

ଜହ୍ନ ତାରା ତୋଲି….!

ଏକ ବର୍ଣ୍ଣେ….

ରଚିପାରୁ…..

ଶପ୍ତବର୍ଣ୍ଣା ହୋଲି….!

ସାଗରେ ଭସାଇ ପାରୁ

ପୃଥୁଳ ଭିଦୂର…!

କ୍ଷୀରାର୍ଣ୍ଣବେ ମିଶାଇ ପାରୁ

ଅନନ୍ତ ବିଦୁର…!

ଶୂନ୍ୟରେ ଫୁଟାଇପାରୁ

ସୁବାସିତ-

ଶୁବେଶ-କୁସୁମ….!

ସମୀରେ ବୁହାଇପାରୁ

ସୁଷମା-ସୁଷମ…!

ମନ୍ତ୍ର-ଯନ୍ତ୍ର-ତନ୍ତ୍ର ତୋର

ପ୍ରତୀକ୍ଷ୍ୟର-ବିନ୍ଦୁ…!

ଅଜ୍ଞାନ ତିମିର ନାଶକ

ଅର୍କ ପୂର୍ଣ୍ଣ-ଇନ୍ଦୁ….!

ତୁ ଅତୁଳନୀୟ…!

ଜାତି ଧର୍ମ ବର୍ଣ୍ଣ ଭାଷା

ନିର୍ବିଶେଷରେ….

ତୁ ସର୍ବ ଆଦରଣୀୟ…।

ବହି ତୁ ପୂଜାର ଯୋଗ୍ୟ…

ହୃଦୟରେ ତୋ ଶ୍ରଦ୍ଧା…

ମୋର ସୌଭାଗ୍ୟ…!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract