STORYMIRROR

Nityananda Behera

Inspirational

4  

Nityananda Behera

Inspirational

"ମାଁ" ଏକାକ୍ଷର ବ୍ରହ୍ମ

"ମାଁ" ଏକାକ୍ଷର ବ୍ରହ୍ମ

1 min
22.6K

" ମାଁ"  

ଓଁକାର ସମ 

ଏକାକ୍ଷର ବ୍ରହ୍ମ।

   "ମାଁ"

 ଏକାକ୍ଷର

    ମହାମନ୍ତ୍ର

ଯାହାର ନାଦରେ

କୋଟିଏ ଓଁକାର ଧ୍ୱନିତ ।

ଯାହାର ଶ୍ରଦ୍ଧା ଓ ଭକ୍ତିରେ

ସ୍ୱୟଂ ଦେବତା ବି

ନତମସ୍ତକ ଭୂମିଷ୍ଠ ।

ସେ ମାଁ।


ଯାହାର କୋଳରେ

ବୈଭବ

ଐଶ୍ୱର୍ଯ୍ୟ ଶୁଖ ନିହିତ।

ଯିଏ ଅମୃତ ସମ୍ଭରବା

ଯାହାର ବକ୍ଷରୁ ଝରେ

ସ୍ନେହସୁଧା

ମହାପ୍ରସାଦ

ଯାହାର ଚରଣାମୃତ।

ସେ ମାଁ।


ଯାହାର ଶ୍ରୀଚରଣ

କୋଟିଏ ପ୍ରୟାଗ 

ସମ ତୀର୍ଥ ।

ଯାହାର ଆଶୀଷେ

କୁସୁମିତ ହୁଏ

ଦୁର୍ବିସହ

କଣ୍ଟକିତ ପଥ।

ସେବା ମହାବ୍ରତେ

ଯିଏ ଚିର ସମର୍ପିତ।

ଯାତନା ଜର୍ଜରି ବି 

କେବେ ନୁହଁଇ କୁଣ୍ଠିତ।

ସେ ମାଁ।


"ମାଁ"

  ଜନନୀ

     ଜନ୍ମଦାତ୍ରୀ।

   ତ୍ୟାଗ,

ବଳିଦାନ ଓ ସମର୍ପଣର

   ପ୍ରତିମୂର୍ତ୍ତି।

ବାତ୍ସଲ୍ୟ ମମତାର

ମୂର୍ତ୍ତିମନ୍ତ ରୂପ।।


ମାଁ ପୂତ 

    ପ୍ଲାବନୀ

       ଗଙ୍ଗା

କଳୁଷନାଶିନୀ

କେବେ ନୁହେଁ

 କଳୁଷିତ।

ଦାତ୍ରୀ

   ଧାତ୍ରୀ

     ଧରିତ୍ରୀ 

        ମାଁ

ଜଗତ ପୂଜିତ।

ମାଁ 

ତୋ ପୟରେ 

ମଥା 

  ମୋର

ସଦା ରହୁ ନତ।

ସ୍ନେହାଶିଷଦାୟିନୀ 

ମାଁ

କୋଟି

   କୋଟି

ଦଣ୍ଡବତ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational