ସାଇକେଲର ସ୍ୱପ୍ନ
ସାଇକେଲର ସ୍ୱପ୍ନ
ସ୍ୱପ୍ନ ମୋର ଉଙ୍କିମାରେ
ଶୂନ୍ୟତା ଭିତରୁ ମୋର
ଗଗନ ରେ ଉଡିବାର
ଅଦମ୍ୟ ଲାଳସା ହେଇ ;
ସ୍ରଷ୍ଟା ଯଦି ଦେଇଥାନ୍ତା
ଡେଣା ଯୋଡ଼ି ମୋର
ଖଗବର ସମ
ନଭଚର ହୋଇଥାନ୍ତି
ନର ଯାତ୍ରା ପାଇଁ
ନଥାନ୍ତା ପଦେ ମୋର
ଅବିରତ ଭୂମିର ଘର୍ଷଣ
ନଥାନ୍ତା ମଣିଷ ଯାତ୍ରା ପାଇଁ
ଇନ୍ଧନ ର ପ୍ରୟୋଜନ
ଇଚ୍ଛାମତେ କରୁଥାନ୍ତା ଯାତ୍ରା...
ଉତ୍ତୁଙ୍ଗ ହୋଇଥାନ୍ତା
ନଭ ଛୁଇଁ ମୋହର ଶୂନ୍ୟତା...।
