ସୁପ୍ରଭାତ
ସୁପ୍ରଭାତ
ଏକ ସ୍ୱପ୍ନିଳ
ଜାମିନୀର
ମଧୁର
ସମାପନ ପରେ ।
ଏକ ଇପସିତ
ସକାଳର
ସମାୟୋଜନ
କୃଷ୍ଣଚୂଡ଼ାର ରଙ୍ଗରେ ।
ଭିନ୍ନଏକ ସୁଗନ୍ଧମୟ
ସକାଳର ଉତ୍ତରଣ
ସୁଗନ୍ଧ ସୁମନର
ସମାୟନରେ ।
ଯେଉଁଠି
ଆଶା ବି ଆକାଂକ୍ଷା ବି
ସ୍ବପ୍ନ ବି
ଓ ସମ୍ଭାବନାର ବି
ମୁକ୍ତ ବିଚରଣ
ଅବିଛିନ୍ନ
ମୁକ୍ତ ସମୀରଣରେ ।
