STORYMIRROR

Nityananda Behera

Others

4  

Nityananda Behera

Others

ଈଶ୍ୱରଙ୍କ ସନ୍ଧାନେ

ଈଶ୍ୱରଙ୍କ ସନ୍ଧାନେ

1 min
311

ସୂର୍ଯ୍ୟୋଦୟୁ ସୂର୍ଯ୍ୟାସ୍ତ ଯାଏଁ

ପୁଣି ଶୁପ୍ତା ନିଷୀଥିନି ବୁକେ

ଅହରହ ଚାଲୁଥାଏ

ଈଶ୍ୱରଙ୍କ ନାମ....।

ସ୍ଥାନ କାଳ ପାତ୍ର ନିର୍ବିଶେଷରେ

ସମସ୍ତେ ଉଣାଧିକେ

ଈଶ୍ୱର ବିଶ୍ୱାସୀ....

ନାନାରୂପେ ଭିନ୍ନ ଭିନ୍ନ ନାମେ

ଗାଉଥାନ୍ତି ନିତ୍ୟେ ଗୁଣଗ୍ରାମ....।।

ଦ୍ଵନ୍ଦ ମନେ ଦିନେ ବାହାରିଲି....

ସେ ଈଶ୍ୱର ସନ୍ଧାନେ....

ଭେଟିଲି ହିନ୍ଦୁ ଜୈନ ଖ୍ରୀଷ୍ଟିଆନ ଶିଖ

ନିଜ ନିଜ ଧର୍ମ କଥା

ବଖାଣିଲେ ସେ ଅନେକ...।

ମିଳିଲାନି କେଉଁଠି ବି

ଈଶ୍ୱରଙ୍କ ପୂର୍ଣ୍ଣ ସତ୍ତା....।

ସବୁଠାରେ ଥିଲା ଖାଲି

ସ୍ବଧର୍ମର ଆତ୍ମ-ସ୍ୱାର୍ଥ ବାର୍ତ୍ତା....।।

ମନ୍ଦିରେ ଖୋଜିଲି ଯାଇ

କାହିଁ ଅଛନ୍ତି ଈଶ୍ୱର !

ପୂଜ୍ୟ ପ୍ରତିମା ଛଡା

ମିଳିଲାନି କିଛି.....।

ପୂଜକ ଦିଅଁ ଦର୍ଶନୀ ଅର୍ଥ

ଯେତେ ଗୋଟାଉଛି.....।।

ଦ୍ୱାର ପ୍ରାଙ୍ଗଣରେ ଛନ୍ତି

ଦୁଃଖୀ ରଙ୍କି ଶତେକ ଭିକାରୀ...।

ଈଶ୍ୱର ସମିପେ ରହି ନୀତିପ୍ରତି

କି କେବେ ନ କରନ୍ତି ଗୁହାରି....।।

ସମରୂପ ଦେଖିଲି ମୁଁ

ମସଜିଦ ଗୀର୍ଜା ଗୁରୁଦ୍ୱାରେ...।

କିଏ ଦୁଃଖେ ଛଟପଟ !

ପୁଣି

କିଏ ଅନାହାରେ.....!!

ବୁଲି ବୁଲି ପଚାରିଲି ଈଶ୍ୱର କାହିଁ....।

ଦେଖିଛ କି କିଏ ତାଙ୍କୁ

କହ ମତେ ବାରେ ଦୟାବହି....।।

ଉତ୍ତରଟିଏ ହେଲେ

ଜମାରୁ ପାଇଲି ନାହିଁ.....।

ପଥରେ ଭେଟିଲି

ରୁଗ୍ଣ ଅତି କ୍ଷୀଣ ଦୁଇ ବୃଦ୍ଧ ବୃଦ୍ଧା

ପଚାରିଲି ହେ ବୃଦ୍ଧ

ଦେଖିଛ କି କେବେ କେଉଁଠି ଈଶ୍ୱର...?

ଉତ୍ତର ଆସିଲା ପୁଅ

କାହିଁ ଖୋଜୁତୁ ଈଶ୍ୱର....

ତୋର ଅନ୍ତର ମଧ୍ୟେ ଛନ୍ତି

ନିରନ୍ତର....

କେବେହେଁ ନ ଆସେ ବାଞ୍ଛା

ତୋର ଅମଙ୍ଗଳ....

ତୋର ନିଜ ପିତାମାତା ଗୁରୁଜନ

ଅଟନ୍ତି ସାକ୍ଷାତ ଈଶ୍ୱର...

ଭକ୍ତିଭରେ ସେବ ଯାଇ

ତାଙ୍କର ପୟର....।।

ତାଙ୍କର ଆଶିଷେ ତୋର

ସର୍ଵ ହେବ ଜୟ....।

ଏ ପିଣ୍ଡପ୍ରାଣ ଦାତା ସେହି

ଚିର ନିତ୍ୟ ସତ୍ୟ ଶିଵ ସୁନ୍ଦର

ଈଶ୍ୱର ନିଶ୍ଚୟ....।।



Rate this content
Log in