ସ୍ୱପ୍ନ
ସ୍ୱପ୍ନ
ସ୍ୱପ୍ନ ମନରେ ସଜାଇଲି,
ସେଇଥିରେ ନିଜେ ହଜିଗଲି ା
ତୁମ ହାତ ଧରି ଚାଲି ଚାଲି,
ନିଜ ପଥ ମୁ ଯେ ଭୁଲିଗଲି ା
କି ସୁଂଦର ସେଇ କୁଞ୍ଜବନ,
କୋଇଲି ର କୁହୁକୁହୁ ତାନ ା
ମଂଦମଂଦ ସେ ସମୀରଣ,
ପ୍ରେମ ରେ ଅଧୀର ଆମ ମନ ା
ନାନା ରଂଗ ର ଫୁଲ ମାନେ,
ଦେଖି ହସୁଥିଲେ ଖୁସୀ ମନେ ା
ମୟୁର ର ନାଚ ତାଳେତାଳେ,
ଆମେ ପ୍ରେମେ ମଜ୍ଜି ନାଚୁଥିଲେ ା
ଘନ ବାଦଲ ର ବାରିଧାରା,
ଭିଜାଇଲା ଆମ ଦେହ ସାରା ା
ଓଦା ହେଇ ନିଦ ଭାଂଗି ଗଲା,
ଜାଣିଲି ସେଇଟା ସ୍ୱପ୍ନ ଥିଲା ା

