STORYMIRROR

Jitendra Seth

Romance

3  

Jitendra Seth

Romance

ଟିକେ ବୁଲି ଯିବ ମୋ ହୃଦୟ ପାଖ ଦେଇ

ଟିକେ ବୁଲି ଯିବ ମୋ ହୃଦୟ ପାଖ ଦେଇ

1 min
136

ଯଦି କେବେ ସମୟ ମିଳେ

ଟିକେ ବୁଲି ଯିବ ମୋ ହୃଦୟ ପାଖ ଦେଇ 

ଲାଗୁଚି କିଛି ତ ତୁମେ ପାରିବ ଜାଣି 

ଅକୁହା ମନର କଥା ପାରିବ ଶୁଣି 

ଯାହା କେବେ ତୁମକୁ ମୁଁ ପାରିନି କହି...

ଟିକେ ବୁଲି ଯିବ ମୋ ହୃଦୟ ପାଖ ଦେଇ........ ।।0।। 


ମୋ ହୃଦୟର ସଂକୀର୍ଣ୍ଣ କାନ୍ଥରେ 

ଆଙ୍କିଛି ମୁଁ ତୁମ ପ୍ରତିଛବି 

ଭାବନା ତୁଳୀକୁ ରକ୍ତରେ ଭିଜେଇ 

ତୁମକୁ ମୁଁ ସ୍ଵପ୍ନେ ଭାବି ଭାବି 


ନିରେଖି ଦେଖିଲେ ତୁମେ ପାରିବ ଦେଖି 

ବିଶ୍ଵାସର ପ୍ରେମ ରସ ପାରିବ ଚାଖି 

ଛୁଇଁ ଯିବ ଥରେ ଯଦି ପାରିବ ଛୁଇଁ 

ଟିକେ ବୁଲି ଯିବ ମୋ ହୃଦୟ ପାଖ ଦେଇ........ ।।୧।। 


ମୋ ହୃଦୟର ପାଖ ପ୍ରଦେଶରେ

ଅଛି ଛୋଟିଆ ମନ୍ଦିର ଟିଏ 

ତୁମରି ମୁରତି ସେଠାରେ ଅଛି 

ଏ କଥା ମୋ ଛଡ଼ା ଜାଣେନି କିଏ 


ସ୍ଵପ୍ନର ସଉଧଟିଏ ତୋଳିଛି ମୁହିଁ

ତା ଭିତରେ ଅସୁମାରୀ ସୁଖ ସଜେଇ 

ସବୁ କିଛି ସାଇତିଛି ତୁମରି ପାଇଁ 

ଟିକେ ବୁଲି ଯିବ ମୋ ହୃଦୟ ପାଖ ଦେଇ........ ।।୨।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance