STORYMIRROR

Jitendra Seth

Inspirational Children

4  

Jitendra Seth

Inspirational Children

ମୁଁ ଭାଗ୍ୟବାନ

ମୁଁ ଭାଗ୍ୟବାନ

1 min
316

ବିଦ୍ୟାଳୟ ମୋର ଆହା କି ସୁନ୍ଦର

ଯେମିତିକା ସ୍ଵର୍ଗପୁର

ସ୍ଵର୍ଗୀୟ ଉଦ୍ୟାନ ଶିଶୁ ପାରିଜାତ

ମାଳି ମୁହିଁ ସେଠାକାର ।। 


ଗୁରୁ ନାମ ଆଖ୍ୟା ମୋ ସାଥେ ଜଡ଼ିତ

ଗର୍ବିତ ମୁଁ ସେଥିପାଇଁ

କୋଟି ଜନମର ତପସ୍ୟାର ଫଳ

ପାଇଅଛି ଭାବଗ୍ରାହୀ ।। 


ଭାବନାକୁ ବୁଝି ଭାବଗ୍ରାହୀ ସେଇ

ଦଧିବାମନ ଠାକୁର

ଟାଣି ଆଣିଛନ୍ତି ଶିକ୍ଷକ ରୂପରେ

ବିଦ୍ୟାଳୟକୁ ତାଙ୍କର ।। 


ପାଞ୍ଚବର୍ଷ ହେଲା ଶିକ୍ଷକ ଭାବରେ

ଏଠାରେ ମୁଁ କାର୍ଯ୍ୟରତ

ଭାବିଥିଲି ଯାହା ପାଇଅଛି ତାହା

ସ୍ଵପ୍ନ ମୋ ହୋଇଛି ସତ ।। 


ଗୁରୁ ଜ୍ଞାନ ପାଇ ଗୁରୁ ରୂପେ ଯେବେ

ହୋଇଛି ମୁଁ ନିୟୋଜିତ

ବଂଚିଥିବା ଯାଏ କରିବି କର୍ତ୍ତବ୍ୟ

ହୋଇ ଶତତଃ ଜାଗ୍ରତ ।। 


ଶି-ଅକ୍ଷରେ ମୁହିଁ ଶିକ୍ଷାଦାନ କରି

କ୍ଷ- ଅକ୍ଷରେ କ୍ଷମା ଦେବି

କ- ଅକ୍ଷରେ କରି କର୍ତ୍ତବ୍ୟ ମୋହର

ଉତ୍ତମ ଶିକ୍ଷକ ହେବି ।। 


ସହକର୍ମୀ ମୋର ଅତି ଆପଣାର

ସ୍ନେହୀ ପ୍ରେମୀ ମିଷ୍ଟଭାଷୀ

ଛାତ୍ରଛାତ୍ରୀ ପୁଣି ଅତି ଆଦରର

ଦେଖିଲେ ମିଳଇ ଖୁସି ।।


ପାଠପଢ଼ା ସଙ୍ଗେ ମନୋରଞ୍ଜନର

ବିଦ୍ୟାଳୟ ଗନ୍ତାଘର

ସବୁ ଦୁଃଖ ଶୋକ ଆଖି ନିମିଷକେ

ହୋଇଯାଏ ସାତପର ।। 


ସୀମାରେ ଯେମିତି ଯୁଦ୍ଧ କରୁକରୁ

ସୈନିକଟେ ମରିଯାଏ

ଦୁନିଆ ତାହାକୁ ମୃତକ ନ କହି

ସହିଦ୍‌ର ଆଖ୍ୟା ଦିଏ ।। 


ମୋର ବି ସେମିତି ଶିକ୍ଷାଦାନ ବେଳେ

ପ୍ରାଣ ଯାଆନ୍ତା କି ଚାଲି

ମତେ ବି ଦୁନିଆ କୁହନ୍ତା ନିଶ୍ଚୟ

ସହିଦ୍ ହୋଇଗଲା ବୋଲି ।। 


ଆଉ କେବେ ଯଦି ମଣିଷ ରୂପରେ

ଧରାଧାମେ ଜନ୍ମ ଦେବ

ଏତିକି ବିନତୀ ହେ କଳା ଠାକୁର

ଶିକ୍ଷକଟିଏ କରିବ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational