Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jitendra Seth

Others

3  

Jitendra Seth

Others

ଭୁଲ୍ ନିଷ୍ପତ୍ତି

ଭୁଲ୍ ନିଷ୍ପତ୍ତି

1 min
191


ବିତି ଯାଉ କେଇ ବର୍ଷ ତା'ପରେ ଭାବିବୁ

ଜୀବନରେ କେତେ ବଡ଼ ଭୁଲ୍ ତୁ କରିଛୁ

ସେତେବେଳେ ସମୟ ଥିଲା କିଛି କରିପାରିଲୁନି

ଆଜି କ'ଣ ପାଇଁ ଆଖିରୁ ଲୁହ ଝରାଉଛୁ ?


ହାତ ମୁଠାରେ ପାଇଥିବା ଅମୂଲ୍ୟ ଧନକୁ

ସେଦିନ ଅଳିଆଗଦା କୁ ଫୋପାଡ଼ି ଦେଇଥିଲୁ

ଆଜି ପୁଣି କ'ଣ ପାଇଁ ସେ ଫୋପଡ଼ା ଧନକୁ

ଜୀବନ ଲଗେଇ ପାଗେଳି ପରି ଖୋଜି ବୁଲୁ ?


ତୁ ଯାହାକୁ ଲାତ ମାରି ଚାଲିଯାଇଥିଲୁ

ଆଜି ଦେଖ୍ ସେ କେମିତି ଆରାମରେ ଅଛି

ହେଲେ ଯାହା ପଛରେ ଗୋଡେଇ ଧାଇଁ ଥିଲୁ 

ଥରେ ଭାବି ଦେଖ୍ ସେ ତତେ କେତେ କଷ୍ଟ ଦେଉଛି ? 


ଗୋଟିଏ ମିନିଟ୍ ଭାବିଲୁନି ସେ ଧନର କଥା 

ଯିଏ ତତେ ଜୀବନ ସାରା ଖୁସି ଦେଇଥାନ୍ତା 

ସେ ଦିନର ତୋର ସେ ଭୁଲ୍ ନିଷ୍ପତ୍ତି ଟାକ

ଆଜି ତୋ ପାଇଁ ସାଜିଛି ମରଣଯନ୍ତା ।


ଥରେ ଆଗପଛ ଭାବିବାର ଥିଲା କେବଳ ତୋ ନିଜ ପାଇଁ 

କାରଣ ସେତେବେଳେ ତୋ ପାଖରେ ସମୟ ଥିଲା 

ହେଲେ ସେ ମଉକା ସବୁକୁ ତୁ ହାତଛଡ଼ା କରି ଦେଇଛୁ

ଯାହା କାଲି ତୋର ହକ୍ ଓ ଅଧିକାର ଥିଲା । 



Rate this content
Log in