STORYMIRROR

Shakti ranjan Mohapatra

Romance

3  

Shakti ranjan Mohapatra

Romance

ଶୀତକୁ କରିଛି ମିତ

ଶୀତକୁ କରିଛି ମିତ

1 min
213


ପ୍ରେମ ପୀରତିରେ ଭିଜି ଯିବା ପାଇଁ

ଶୀତକୁ କରିଛି ମିତ

ଦିନ ସରିଯାଏ ଅଳପ କ୍ଷଣରେ

ସୂର୍ଯ୍ୟ ହୁଏ ମର୍ମାହତ

ବେଳ ଥାଉ ଥାଉ ରଜନୀ ସହିତେ

ଘୋଟି ଆସି ଲାଣି ଶୀତ

ପ୍ରେମ ପୀରତିରେ ଭିଜି ଯିବା ପାଇଁ

ଶୀତକୁ କରିଛି ମିତ.........................


ପାଉଁଜି ବଜାଇ ଓଢଣା ପକାଇ

ଆସ ତୁମେ ଧିରେ ମିତ

ତୁମକୁ ଦେଖି ମୋ ହୃଦୟ ସ୍ପନ୍ଦନ

ରହି ଯାଇ ଅଛି ସ୍ଥିତ

ମିଠା ଚୁମ୍ବନର ଉଷ୍ଣତା ସ୍ପର୍ଶରେ

ମନ ହୁଏ ବିମୋହିତ

ପ୍ରେମ ପୀରତିରେ ଭିଜି ଯିବା ପାଇଁ

ଶୀତକୁ କରିଛି ମିତ.........................


ପ୍ରୀତି ଭରା ତୁମ ପ୍ରେମ ମଧୁବନେ

ପ୍ରାଣ ହୁଏ ପୁଲକିତ

ଆମେ ଦୁହେଁ ସାଥି ଆଲିଙ୍ଗନ ହୋଇ

ଗାଉ ଥିବା ପ୍ରେମ ଗୀତ 

ଈଶ୍ଵର କରନ୍ତୁ ଏଭଳି ମୁହୂର୍ତ୍ତ

ଆସୁ ଥାଉ ସବୁ ରାତ୍ର

ପ୍ରେମ ପୀରତିରେ ଭିଜି ଯିବା ପାଇଁ

ଶୀତକୁ କରିଛି ମିତ........................



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance