STORYMIRROR

Shakti ranjan Mohapatra

Others

3  

Shakti ranjan Mohapatra

Others

କାହିଁ ଚାଲି ଗଲ

କାହିଁ ଚାଲି ଗଲ

1 min
140

 

କାହିଁ ଚାଲିଗଲ ପାଗଳ ସଜାଇ

ଛାଡ଼ି ମୋର ଦୁଇ ହାତ

ଶରୀର ଜଳୁଛି ମନ କୁହୁଳୁଛି 

ଜୀବନ ଲାଗେନା ସତ

ନୟନୁ ମୋ ବହେ ରକ୍ତ ସମ ଅଶ୍ରୁ

ଜଞ୍ଜାଳେ ମୁଁ ଜର୍ଜରିତ

କାହିଁ ଚାଲି ଗଲ ପାଗଳ ସଜାଇ

ଛାଡ଼ି ମୋର ଦୁଇ ହାତ .................


ଆଖି ଲହୁ ସବୁ ଓଠ ପିଇ ଯାଏ

ଦୁଃଖ ସାଜେ ମୋ ସଙ୍ଗାତ

ଛାତିର ଯନ୍ତ୍ରଣା ମନର ବେଦନା 

କା ଆଗେ କରିବି ବ୍ୟକ୍ତ

ଭାଙ୍ଗି ଦେଲା ମୋର ମନ ବାଲିଘର

ନଦୀର କରାଳ ସ୍ରୋତ

କାହିଁ ଚାଲିଗଲ ପାଗଳ ସଜାଇ 

ଛାଡ଼ି ମୋର ଦୁଇ ହାତ ................


ଅତୀତର ସେହି ଅଭୁଲା ମୁହୂର୍ତ୍ତ

ମନେ ପଡୁଛି ବହୁତ

ଦେହରେ ଲାଗିଛି ଏପରି ଆଘାତ

ଶୁଖୁ ନାହିଁ ସେହି କ୍ଷତ

ଜୀବନ ସାଥି ଗୋ କେଉଁଠି ରହିଛ

ଝୁରୁଛି ତତେ ତୋ ମିତ

କାହିଁ ଚାଲି ଗଲ ପାଗଳ ସଜାଇ

ଛାଡ଼ି ମୋର ଦୁଇ ହାତ .................



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍