STORYMIRROR

Shakti ranjan Mohapatra

Children Stories Children

3  

Shakti ranjan Mohapatra

Children Stories Children

ଗୁଡି ମୋର ଯାଆ ଉଡି

ଗୁଡି ମୋର ଯାଆ ଉଡି

1 min
130


ମନେ ବାନ୍ଧି କେତେ ଆଶା ଓ ଆକାଂକ୍ଷା

ଗୁଡି ମୋର ଯାଆ ଉଡି

ଦୃତ ମରୁଦର ବେଗରେ କେବେ ତୁ

ଯିବୁ ନାହିଁ କେବେ ପଡ଼ି 

ଆକାଶ ମଝିରେ ଉଡୁଥାଉ ତୋର

ଖବରକାଗଜ ଧଡି

ମନେ ବାନ୍ଧି କେତେ ଆଶା ଓ ଆକାଂକ୍ଷା

ଗୁଡି ମୋର ଯାଆ ଉଡି           


କେନ୍ଦୁ ଅଠା ସଙ୍ଗେ ଖବର କାଗଜ

ଅସ୍ଥି ରୂପ ତୋ ଖଡିକା

ବିଭିନ୍ନ ରଙ୍ଗରେ ରଙ୍ଗେଇ ଦେଇ ଯେ

ନଟେଇ ଦେଲି ବାନ୍ଧିକା

ତୋର ତନୁ ମୂଲ୍ୟବୃଦ୍ଧି ପାଇଁ

ଖଞ୍ଜିଲି ବସି କଉଡି 

ମନେ ବାନ୍ଧି କେତେ ଆଶା ଓ ଆକାଂକ୍ଷା

ଗୁଡି ମୋର ଯାଆ ଉଡ଼ି           


ସଙ୍ଗାତ ସାଥିରେ ପ୍ରତିଯୋଗିତାରେ

ଯୋଗ ଦେବି ମିତ ମୁହିଁ

ସଂକ୍ରାନ୍ତି ତିଥିରେ ନାନାଦି ରଙ୍ଗରେ

ଆକାଶ ରଙ୍ଗିବ ତହିଁ

ଯେତେ ଦୂର ତୁହି ଯିବୁ ଆକାଶରେ

ମୋର ମାନ ଯିବ ବଢି

ମନେ ବାନ୍ଧି କେତେ ଆଶା ଓ ଆକାଂକ୍ଷା

ଗୁଡି ମୋର ଯାଆ ଉଡ଼ି           



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍