STORYMIRROR

Shakti ranjan Mohapatra

Others

4  

Shakti ranjan Mohapatra

Others

ସବୁଠାରୁ ଅଟେ ଟାଣ

ସବୁଠାରୁ ଅଟେ ଟାଣ

1 min
366


କବି ତୁଣ୍ଡ ଟି ଯେ ମେଣ୍ଡା ମୁଣ୍ଡ ଟିଏ

ସବୁଠାରୁ ଅଟେ ଟାଣ

ମରତ ପୃଷ୍ଠେ ସେ ଦ୍ୱିତୀୟ ଈଶ୍ଵର

ଏହା ଭଲେ ତୁମେ ଜାଣ

ତଥାପି କାହିଁକି ସାମ୍ନା ରେ ତାହାର

ବଡାଉଛ ବଡ଼ପଣ 

କବି ତୁଣ୍ଡ ଟି ଯେ ମେଣ୍ଡା ମୁଣ୍ଡ ଟିଏ

ସବୁଠାରୁ ଅଟେ ଟାଣ .....।


ବିଭୁ ଆର୍ଶିବାଦେ ତାହାରି ପାଖରେ

ଦିବ୍ୟଦୃଷ୍ଟି ରହିଥାଏ

ଯେଉଁ ଦିବ୍ୟଦୃଷ୍ଟି ମାଧ୍ୟମେ ତା ଫକ୍ତି

କାଳଜୟୀ ହୋଇଥାଏ

କବି ର କବିତ୍ଵ ଆଗରେ ସମସ୍ତ

ଫିକା ପଡି ଯାଏ ଗୁଣ

କବି ତୁଣ୍ଡ ଟି ଯେ ମେଣ୍ଢା ମୁଣ୍ଡ ଟିଏ

ସବୁ ଠାରୁୁ ଅଟେ ଟାଣ .....।


କବିତା ମାଧ୍ୟମେ ଅନେକାଂଶ କଥା

ବଖାଣି ସେ ଥାଏ ଜାଣ

ଅଠର ଖଣ୍ଡର ପୁରାଣ ମାହାତ୍ମ୍ୟ

ତାହାର ଅଟେ ପ୍ରମାଣ

ମନଦେଇ କରି ଶ୍ରବଣ କରିଲେ

ଜ୍ଞାନ ବଢିଥାଏ ଜାଣ 

କବି ତୁଣ୍ଡ ଟି ଯେ ମେଣ୍ଡା ମୁଣ୍ଡ ଟିଏ

ସବୁ ଠାରୁୁ ଅଟେ ଟାଣ ...….।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍