STORYMIRROR

Shakti ranjan Mohapatra

Others

4  

Shakti ranjan Mohapatra

Others

ମାଇପ ଉପରେ ପାଇକ ସାଜିକି

ମାଇପ ଉପରେ ପାଇକ ସାଜିକି

1 min
250


ମାଇପ ଉପରେ ପାଇକ ସାଜିକି

ପାଇଅଛୁ କେଉଁ ଲାଭ

ଘରୁ ବାହାରକୁ ପାଦ ଦେଉ ଦେଉ

ଦେଖେଇ ହେଉଛୁ ସଭ୍ୟ

ବିରୁଦ୍ଧରେ ତୋର କହିଦେଲେ କିଏ

ତା ଉପରେ ହେଉ କ୍ଷୋଭ

ମାଇପ ଉପରେ ପାଇକ ସାଜିକି

ପାଉଅଛୁ କେଉଁ ଲାଭ।


 ସେହି ନାରୀଟିର ବିକଳ କ୍ରନ୍ଦନ

କେତେ ଦୁଃଖଦାୟ ସତେ

ଅନେକ ଯନ୍ତ୍ରଣା ପାଇ କରି ସିଏ

କିଛି ନ କହଇ ତୋତେ

ନାରୀଟିଏ ଯଦି କାନ୍ଦଇ ସର୍ବଦା

ଆଦୌ ନୁହେଁରେ ଯେ ଶୁଭ

ମାଇପ ଉପରେ ପାଇକ ସାଜିକି 

ପାଉଅଛୁ କେଉଁ ଲାଭ ।


ହାତରେ ପାଉଛୁ ଯାହା କିଛି ବସ୍ତୁ

ନିର୍ଦ୍ଦୟେ କରୁ ପ୍ରହାର

ଭୁଲି ଯାଉଅଛୁ ସାବିତ୍ରୀ ବ୍ରତରେ

ସେ ତେତେ କରେ ଜୁହାର

ଏହି କଥାସବୁ ମନେ ଚିନ୍ତାକରି

ପରିତ୍ୟାଗ କର ଲୋଭ

ମାଇପ ଉପରେ ପାଇକ ସାଜିକି

ପାଉଅଛୁ କେଉଁ ଲାଭ ।



Rate this content
Log in