ମାଇପ ଉପରେ ପାଇକ ସାଜିକି
ମାଇପ ଉପରେ ପାଇକ ସାଜିକି
1 min
257
ମାଇପ ଉପରେ ପାଇକ ସାଜିକି
ପାଇଅଛୁ କେଉଁ ଲାଭ
ଘରୁ ବାହାରକୁ ପାଦ ଦେଉ ଦେଉ
ଦେଖେଇ ହେଉଛୁ ସଭ୍ୟ
ବିରୁଦ୍ଧରେ ତୋର କହିଦେଲେ କିଏ
ତା ଉପରେ ହେଉ କ୍ଷୋଭ
ମାଇପ ଉପରେ ପାଇକ ସାଜିକି
ପାଉଅଛୁ କେଉଁ ଲାଭ।
ସେହି ନାରୀଟିର ବିକଳ କ୍ରନ୍ଦନ
କେତେ ଦୁଃଖଦାୟ ସତେ
ଅନେକ ଯନ୍ତ୍ରଣା ପାଇ କରି ସିଏ
କିଛି ନ କହଇ ତୋତେ
ନାରୀଟିଏ ଯଦି କାନ୍ଦଇ ସର୍ବଦା
ଆଦୌ ନୁହେଁରେ ଯେ ଶୁଭ
ମାଇପ ଉପରେ ପାଇକ ସାଜିକି
ପାଉଅଛୁ କେଉଁ ଲାଭ ।
ହାତରେ ପାଉଛୁ ଯାହା କିଛି ବସ୍ତୁ
ନିର୍ଦ୍ଦୟେ କରୁ ପ୍ରହାର
ଭୁଲି ଯାଉଅଛୁ ସାବିତ୍ରୀ ବ୍ରତରେ
ସେ ତେତେ କରେ ଜୁହାର
ଏହି କଥାସବୁ ମନେ ଚିନ୍ତାକରି
ପରିତ୍ୟାଗ କର ଲୋଭ
ମାଇପ ଉପରେ ପାଇକ ସାଜିକି
ପାଉଅଛୁ କେଉଁ ଲାଭ ।
