STORYMIRROR

Shakti ranjan Mohapatra

Others

4  

Shakti ranjan Mohapatra

Others

ଝୁରି ମରୁ ଅଛି ରାଇ

ଝୁରି ମରୁ ଅଛି ରାଇ

1 min
243


ବିରହ ପ୍ରେମରେ ବାହୁନି ବାହୁନି 

ଝୁରି ମରୁ ଅଛି ରାଈ

ମିଛ ପ୍ରତିଶୃତି ଦେଇ କରି ତୁମ୍ଭେ

ଚାଲି ଗଲ କାହିଁ ପାଇଁ

ଆଖିର ଲୁହରେ ପଣତ ଭିଜୁଛି

ତୁମ ଫେରା ବାଟ ଚାହିଁ

ବିରହ ପ୍ରେମରେ ବାହୁନି ବାହୁନି

ଝୁରି ମରୁ ଅଛି ରାଈ ।


କାଳିନ୍ଦୀ ର ତଟେ କଦମ୍ବ ର ମୂଳେ

ଖୋଜେ ସେ ତୁମକୁ ଯାଇ

ବଂଶୀ ର ତାନଟି ଶୁଣି ଦେଲେ ଥରେ

ଯାଏ ସେହି ଦିଗେ ଧାଇଁ

ପାଗଳୀ ପରିକା ହେଉଥାଏ ଖାଲି

ଚାରିଆଡ଼େ ଚାହିଁ ଚାହିଁ

ବିରହ ପ୍ରେମରେ ବାହୁନି ବାହୁନି

ଝୁରି ମରୁ ଅଛି ରାଈ ।


ଅନ୍ନ କି ଖାଇବ ଜଳ ଟୋପେ ସୁଧ୍ୟା

ତୁଣ୍ଡେ ତାର ବାଜେ ନାହିଁ

ନିଘଞ୍ଚ ଜଙ୍ଗଲ ବୃକ୍ଷ ମୂଳେ ବସି

କାନ୍ଦୁ ଥାଏ କଇଁ କଇଁ

ଅକୃରର ସେହି ବାହୁଡ଼ା ରଥକୁ

ବସିଛି ସେହି ଅନାଇ

ବିରହ ପ୍ରେମରେ ବାହୁନି ବାହୁନି

ଝୁରି ମରୁ ଅଛି ରାଈ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍