ମୋହର ପିଲାଦିନ
ମୋହର ପିଲାଦିନ
ନା ତୁମର ନା ମୋର
ସମସ୍ତଙ୍କ ଜୀବନର ଅଭୁଲା ମୂହୁର୍ତ୍ତ
ଥିଲା ଯେ ପିଲା ଦିନ ।
ଛୋଟ ଛୋଟ କଥାରେ
ବହୁତ ବଡ଼ ଖୁସି ପାଇବାର ସମୟ
ଥିଲା ଯେ ପିଲାଦିନ ।
ରାସ୍ତାରେ ଜମିଥିବା
ବର୍ଷାର ପାଣିରେ ଜୋରରେ ଡେଇଁବା
ଥିଲା ଯେ ପିଲାଦିନ ।
ସ୍କୁଲ୍ ଓ ଟିଉସନ଼ ପରେ
ମା କୋଳରେ ଖୁସିରେ ଶୋଇପଡିବା
ଥିଲା ଯେ ପିଲାଦିନ ।
ମାତ୍ର ଆଇସକ୍ରିମ
ପାଇଁ ମାଟିର ତିଆରି କୁମ୍ପିକୁ ଭାଙ୍ଗିବା
ଥିଲା ଯେ ପିଲାଦିନ ।
ସ୍କୁଲ୍ ର ଛୁଟି ପରେ
ଦିଗ ହିନ ଆନନ୍ଦ ମନରେ ଦୌଡିବା
ଥିଲା ଯେ ପିଲାଦିନ ।
ଗୋଟିଏ ଚକଲେଟ୍
ପାଇଁ ଭାଇ ଭଉଣୀ ସହ କଳି କରିବା
ଥିଲା ଯେ ପିଲାଦିନ ।
ଅତିଥି ଯିବା ପରେ
ଥାଳି ରୁ ସିଙ୍ଗଡ଼ା ସ୍ଵାଦ ପାଇବାର ମଜା
ଥିଲା ଯେ ପିଲାଦିନ ।
ନା କିଛି ପାଇବାର
ଇଚ୍ଛା ନା କିଛି ବସ୍ତୁ ହରାଇବାର ଭୟ
ଥିଲା ଯେ ପିଲା ଦିନ ।
ଗୋଟିଏ ଖବର କାଗଜ
ଗୁଡି ଉଡାଇବା ଗୁଲି ଖୋଲିବାର ଖୁସି
ଥିଲା ଯେ ପିଲାଦିନ ।
ଛୋଟ ଛୋଟ ବସ୍ତୁରେ
ଅତି ରୁ ଅତି ମହଙ୍ଗା ଆନନ୍ଦ ପାଇବା
ଥିଲା ଯେ ପିଲା ଦିନ ।
ନା ତୁମର ନା ମୋର
ସଭିଙ୍କର ଜୀବନର ଅଭୁଲା ମୂହୁର୍ତ୍ତ
ଥିଲା ଯେ ପିଲାଦିନ ।
