STORYMIRROR

Satyanarayan Sahoo

Romance

3  

Satyanarayan Sahoo

Romance

ଜେଜେଙ୍କ ଚଷମା

ଜେଜେଙ୍କ ଚଷମା

1 min
161

ଜେଜେଙ୍କ ଚଷମା ଆହା କେଡେ ମନୋହର

ପରଚଛୁ କହି ତା'ର କରନ୍ତି ଆଦର ॥


ବଖାଣନ୍ତି ନିତି ସେହି ଚଷମାର ଗୁଣ

କେତେ ଉପକାରୀ ତାହା ଅଟେ ପ୍ରତିକ୍ଷଣ ॥


ଖରା ଦାଉରୁ ଚକ୍ଷୁକୁ ସୁରକ୍ଷା ଯୋଗାଏ

ବାହାର କୀଟ ପତଙ୍ଗ ପୋକଙ୍କୁ ଦୂରାଏ ॥


ଚାଳିଶା ହେବାରୁ ଜେଜେ ନପାରନ୍ତି ପଢି

ଚଷମା ନାଇଲେ ବେଗେ ପକାଅନ୍ତି ପଢି ॥


ଆଖ ପାଖ ଦୂର ଦ୍ରବ ଛୋଟ ଦେଖା ଯାଏ

ଜେଜେ ଙ୍କ ଆଖିରେ ଯେବେ ଚଷମା ନଥାଏ ॥


ନାଇ ଦେଲେ ଚଷମାଟି ଦିଶେ ଠିକି ଭାବେ

ଧୋଇ ପୁଛି ନାଉ ଥାନ୍ତି ତାହା ଭଲ ଭାବେ ॥


ଛୁଞ୍ଚି ମାଛି ପରି କ୍ଷୁଦ୍ର ଦରବକୁ ଜେଜେ

ଭଲଭାବେ ଥାନ୍ତି ଧରି ଚଷମା ସାହାଯ୍ୟେ ॥


ବହୁ କାମ ସାଧୁଥାନ୍ତି ଚଷମାକୁ ନାଇ

ଚଷମା ନଥିଲେ ତାଙ୍କୁ କିଛି ଦିଶେ ନାହିଁ ॥


ଛୁଞ୍ଚିରେ ସେ ଅତି ସରୁ ସୂତାକୁ ଲଗାଇ

କେବେ କେବେ କରି ଦ୍ୟନ୍ତି ଜାମାକୁ ସିଲାଇ ॥


ବହୁ ବିଧ ଭାବେ କରେ ଚଷମା ସାହାଯ୍ୟ

ତାହାରି ହେତୁରୁ ଜେଜେ କରୁଛନ୍ତି କାର୍ଯ୍ୟ ॥


ତା' ନ ଥିଲେ ବେଶୀ କାମ କରି ସେ ନପାରି

ବସି ବେଳା ବିତାଅନ୍ତେ ମନୋବଳ ହାରି ॥



Rate this content
Log in

Similar oriya poem from Romance