ଅମୃତବିହାରରେ ସନ୍ଧ୍ୟା
ଅମୃତବିହାରରେ ସନ୍ଧ୍ୟା
ମୁଁ ସବୁଦିନ ଏଇ ଅମୃତବିହାରର
ସମ୍ବଳ ପ୍ରଦେଶର ନିର୍ଜନ ଅନ୍ଧକାରେ
ସେ ଗଭୀରତାରେ ଖୋଜୁଥିବି ତୁମକୁ
ଆଉ ଖୋଜିଚାଲିଥିବି ଏମିତି
ଫି ଦିନ ସକାଳର ସୂର୍ଯ୍ୟାଲୋକରୁ
ରାତିର ଜ୍ୟୋସ୍ନାଲୋକର ଉଜ୍ଜ୍ୱଳତା ଯାଏଁ ।
ଖୋଜିବାର ତ୍ ଅନ୍ତ ନାହିଁ ମୋର୍
ଅପେକ୍ଷା ର୍ ତ୍ ଶେଷ ନାହିଁ
ଏଇ ତମସାର ଉହାଡରେ ତୁମକୁ
ପାଇବାର ଏକ ସମ୍ଭାବନାରେ
ଯାହା ମୁଁ କଳନା କରିପାରେନା
କେବଳ ଏତିକି ଜାଣେ ଖୋଜିବା ମୋର୍ ଧର୍ମ
ଆଉ ହଜିଯିବା ତୁମର ।
ତୁମକୁ ପାଇବାର ସେ ଉତ୍ସାହଟି
ଏତେ ମନୋମୁଗ୍ଧକର ଯେ
ତାକୁ ଭାଷାରେ ବ୍ୟକ୍ତ କରିହୁଏନା
ତୁମରି ପ୍ରେମର କ୍ଷଣିକ ଶିହରଣ ଆଉ
ତୁମ ସହ ଆଳାପର ଅନୁଭବ ଯାହା
ମୁଁ ପ୍ରତ୍ୟକ୍ଷ ହାସଲ କରିପାରେନା
ଯାହା ମୋର ଅଭାଗ୍ୟ ।
କେବଳ ଏତିକି ଜାଣେ
ସବୁ ସମ୍ଭାବନା ର୍ ଶେଷରେ
ସେଇ ଅନ୍ୱେଷଣ
ମୁଁ ହୃଦୟେ ଜଳୁଥିବା କ୍ଷୁଦ୍ର ଦୀପଟିଏ
ଯିଏ ତୁମ ପ୍ରେମରେ ଅହରହ ଜଳୁଥିବ
ଅଲିଭା ଦୀପ ଶିଖାଟିଏ ହେଇ
ତୁମରି ଆଗରେ ଆଜୀବନ ଉଭାହୋଇ ।

