STORYMIRROR

Satyanarayan Sahoo

Romance

3  

Satyanarayan Sahoo

Romance

କୁଆଁର ପୁନେଇଁ ଜହ୍ନ ଗୋ

କୁଆଁର ପୁନେଇଁ ଜହ୍ନ ଗୋ

1 min
165

କୁଆଁର ପୁନେଇଁ ଜହ୍ନ ଗୋ

କୁଆଁର ପୁନେଇଁ ଜହ୍ନ। ଲୋ ଫୁଲ ବଉଳ ବେଣୀ

କୁଆଁରୀ ମାନେ ଲୋ ସଜ ବାଜ ହୋଇ 

ଚାନ୍ଦ ଉପାସନା ପାଇଁ ଲୋ ଫୁଲ ବଉଳ ବେଣୀ ।

ଶରଦ ଆକାଶେ ହସେ ଖିଲି ଖିଲି

ସୁନ୍ଦର ଚାନ୍ଦ ଉଇଁ ଲୋ ଫୁଲ ବଉଳ ବେଣୀ

ରୂପା ଥାଳି ପରି ଚାନ୍ଦ ଉଇଁ ନଭେ

ଶୁଭ୍ର ଚାନ୍ଦିନୀ ବିଛାଇ ଲୋ ଫୁଲ ବଉଳ ବେଣୀ

ସରସୀ ଜଳ ରେ କଇଁ ଫୁଲ ରାଜି

ଶୋଭୁଅଛି ଢଳ ଢଳ ଲୋ ଫୁଲ ବଉଳ ବେଣୀ

ନୂଆ ଜାମା ନାଇ ବୃନ୍ଦାବତୀ ମୂଳେ

ବସିବେ କୁଆଁରୀ ଦଳ ଲୋ ଫୁଲ ବଉଳ ବେଣୀ

ବନ୍ଦାଣ ଉତ୍ସବ ପାଳନ କରନ୍ତି

ମନରେ ଆନନ୍ଦ ଭରି ଲୋ ଫୁଲ ବଉଳ ବେଣୀ

ବନ୍ଦାଇବେ ଚାନ୍ଦ ଆହା କି ଆନନ୍ଦ

ହାତେ ଧୂପ ଦୀପ ଧରି ଲୋ ଫୁଲ ବଉଳ ବେଣୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance