ତୁମ ବିନା କବିତା ମୋ
ତୁମ ବିନା କବିତା ମୋ
ତୁମ ବିନା କବିତା ମୋ
ଯେବେ ମନ ମାରି ବସନ୍ତି
ନିଜ କାନ୍ତିରୁ ଅଳଙ୍କାର ମାନ
କାଢି ଯେ ଫିଙ୍ଗନ୍ତି
କେତେ ଉପମାର ଛିଟା
କେତେ ରଙ୍ଗର ଛନ୍ଦ କଥା
କେଶ ପରି ଗଣ୍ଠି ହୋଇ
ଇତସ୍ତତଃ ପଡିଥାନ୍ତି
ତୁମ ବିନା କବିତା ମୋ
ଯେବେ ମନ ମାରି ବସି ପଡନ୍ତି।
ସାଉଁଟି ନପାରେ ଭାବ
ନା ରଚିପାରେ ଶବ୍ଦ ରାଗ
ଯଦି କେବେ ଭାବିଦିଏ
ତୁମ ବିନା ଏ ଜୀବନ ଯିବ ବିତି
ଲୋତକର ଧାରା ହୋଇ
ଅନୁରାଗ ମୋ ଯାଏ ବୋହି
ସପନ ବି ଯେବେ କୁହେ
ତୁମେ ମୃଗତୃଷ୍ଣାର ସ୍ୱରୂପଟି
ତୁମ ବିନା କବିତା ମୋ
ଯେବେ ମନ ମାରି ବସି ପଡନ୍ତି।

