STORYMIRROR

ସୁଭଦ୍ରା ସିଂହ

Romance

3  

ସୁଭଦ୍ରା ସିଂହ

Romance

ତୁମ ବିନା କବିତା ମୋ

ତୁମ ବିନା କବିତା ମୋ

1 min
140

ତୁମ ବିନା କବିତା ମୋ 

ଯେବେ ମନ ମାରି ବସନ୍ତି  

ନିଜ କାନ୍ତିରୁ ଅଳଙ୍କାର ମାନ 

କାଢି ଯେ ଫିଙ୍ଗନ୍ତି 

 

କେତେ ଉପମାର ଛିଟା  

କେତେ ରଙ୍ଗର ଛନ୍ଦ କଥା  

କେଶ ପରି ଗଣ୍ଠି ହୋଇ 

ଇତସ୍ତତଃ ପଡିଥାନ୍ତି  


ତୁମ ବିନା କବିତା ମୋ 

ଯେବେ ମନ ମାରି ବସି ପଡନ୍ତି।


ସାଉଁଟି ନପାରେ ଭାବ  

ନା ରଚିପାରେ ଶବ୍ଦ ରାଗ  

ଯଦି କେବେ ଭାବିଦିଏ 

ତୁମ ବିନା ଏ ଜୀବନ ଯିବ ବିତି  


ଲୋତକର ଧାରା ହୋଇ 

ଅନୁରାଗ ମୋ ଯାଏ ବୋହି 

ସପନ ବି ଯେବେ କୁହେ 

ତୁମେ ମୃଗତୃଷ୍ଣାର ସ୍ୱରୂପଟି  


ତୁମ ବିନା କବିତା ମୋ 

ଯେବେ ମନ ମାରି ବସି ପଡନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance