STORYMIRROR

ଗଣେଶ୍ୱର ବେହେରା

Romance

3  

ଗଣେଶ୍ୱର ବେହେରା

Romance

ପାଦଚିହ୍ନ

ପାଦଚିହ୍ନ

1 min
162

      

ତୁମ ଅଫେରା ପାଦଚିହ୍ନ ଏବେ ବି ନବବଧୂ ପରି ଲାଜେଇ..

ଯେମିତି ସଜସଜ ବାସରରାତିର ରକ୍ତିମ ଅଧରର ଅଣନିଃଶ୍ବାସୀ ସ୍ପନ୍ଦନ..

ଖୁବ୍ ବିଭୋର, ଅଣଲେଉଟା ମତୁଆଲା ପ୍ରେମିକ ପରି ଛଟପଟ ..

ଏଇ ଏବେ ଏବେ ଋତୁବତୀ ହୋଇଛି ପହିଲି ବର୍ଷାର ଗାଢ ଚୁମ୍ବନରେ!

ହେଲେ କେଜାଣି କାହିଁକି ମୋତେ ଲାଗେ ଯେମିତି ସେ ମୋତେ ଏବେ ବି ଖୋଜେ..

ସମୟର ଚିରାଫଟା ଫାଙ୍କ ଭିତରେ..

ଅଳସୀ ଆଇନାର ଟାହିଟାପରାରେ..

ଆଉ ଦଲକାଏ ପାଚିଲା ସ୍ମୃତିରେ ଅତୀତକୁ ପଖାଳିବା ବେଳେ.. 

ହେଇ ଦେଖ , ମୁଁ ଅଟକିଯାଇଛି ଏଇ ଗାଢ ପାଦଚିହ୍ନର କୋହଭରା ଆଲିଙ୍ଗନରେ!

ନିଜ ବାକିତକ ଜୀବନକୁ ତିଳ ତିଳ କରି ଜାଳି ଅଦେଖା ପ୍ରେମ ବାଣ୍ଟିବାରେ 

ହୁଏତ, ଏ ଦୁନିଆ ମୋତେ ପାଗଳ ପ୍ରେମିକର ଆଖ୍ୟା ଦେଇପାରେ 

ତଥାପି ମୁଁ ଧର୍ମପଦ ହେବି ମୋ ଅଧାଗଢା କୋଣାର୍କର ମୁଣ୍ଡି ମାରିବାରେ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance