ପ୍ରେମ ପାରିବ କି ବୁଝି
ପ୍ରେମ ପାରିବ କି ବୁଝି
ତୁମରି ସେ ନୀଳନୟନର ଖେଳ
କରିଦିଏ ମତେ ଗୁଣି,
କଜ୍ଵଳରେ ଭରା ତୁମ ନେତ୍ରଡୋଳା
ଚାହାଣି ଦେଉଛି ହାଣି ।
ତୁମ ହସ ସତେ ଗୋଲାପର ଜଳ
ଅଧରରୁ ଯାଏ ବହି,
ଚଲାପଥେ ତୁମ ପଦ୍ମ ଫୁଟିଯାଏ
ମୋ ମନ ପାରୁନି ସହି ।
ତୁମ ପାଇଁ ପ୍ରିୟା ଲେଖକ ସାଜିଲି
ମନର ଭାବନା ଶବ୍ଦେ ପ୍ରକାଶିବା ପାଇଁ,
ବୁଝିପାର ଯଦି ହୃଦୟବେଦନା
ଫେରି ଆସ ପ୍ରିୟା ରାଗ ସବୁ ଭୁଲିଯାଇ ।
ଯାହା ପାଇଁ ଏହି କବିତାଟି ଲେଖା
ଆପେ ଆପେ ଯିବ ବୁଝି,
ବୁଝିଲେ କି ହେବ ସମୟ ଗଲାଣି
ପ୍ରେମ ପାରିବ କି ବୁଝି ?

