STORYMIRROR

Rabindra kumar Sahoo

Abstract Romance

4  

Rabindra kumar Sahoo

Abstract Romance

ଅଜଣା ଚିଠି

ଅଜଣା ଚିଠି

1 min
292

ବଞ୍ଚିବାର ଦୁର୍ବାର ସ୍ଵପ୍ନ ନେଇ

ମଣିଷ ବଞ୍ଚୁଛି ବଞ୍ଚିଛି ଏଠି

ପ୍ରେମ ଓ ପ୍ରଣୟକୁ ପାଥେୟ କରି

ତା ଜୀବନେ ଲେଖୁଛି ଲେଖିଛି

କେତେ କେତେ ଅଜଣା ଚିଠି

ପ୍ରିୟା ହୃଦୟର ବେଦନା

ଏକା ସେହି ପ୍ରେମିକ ବୁଝେ ସିନା

ପ୍ରେମିକା କି ବୁଝି ପାରେ

ପ୍ରେମିକ ମନ ଓ ହୃଦୟ ର ଯନ୍ତ୍ରଣା

ପ୍ରେମିକାକୁ ଝୁରି ଝୁରି

ତା ପ୍ରେମେ ସତେ କି

ସେ ଯିବ ମରି

ତା'ର ହୃଦୟର ଆତ୍ମଜ୍ଞ୍ଲାନି

ତା ହୃଦୟକୁ ଦେଉଥାଏ ହାଣି

ସେ ପାଇଁ ସେ ତା'ର

ପ୍ରେମିକାକୁ ଲେଖି ବସେ ଏଠି ସେଠି

କେତେ କେତେ ତା ହୃଦୟରୁ 

ତା ଆତ୍ମକୋହ ଆତ୍ମଜ୍ଞ୍ଲାନି ମିଶା

ଆପଣା ମନର ଅଜଣା ଚିଠି ।


ସବୁ ତାକୁ ଲାଗେ ସ୍ଵପ୍ନ ପରି

ଅବାସ୍ତବତାରେ ତା'ର

ମନ ହୃଦ ଯାଇଛି ଭରି

ପ୍ରାଣ ପ୍ରିୟା ତା'ର ତାକୁ

ଦେଇଅଛି ଧୋକା

ଅଜଣା ରାଇଜରେ ଆଜି

ତାକୁ ଛାଡି ରହେ ଏକା ଏକା

ତା ହୃଦୟ ର ସମସ୍ତ ବାସନା

ଏବେ ସବୁ ଯାଉଅଛି ଫୁଟି

ସୁଖ ବଦଳେ ଦୁଃଖ ତା'ର

ମନେ ହୃଦେ ମାରେ ତା ଉକୁଟି

ଅଜଣା ରାଇଜରୁ 

ଏ ଅଜଣା ପ୍ରେମିକ କୁ

ଲେଖୁଛି ସେ ତା ଅଜଣା ଚିଠି ।


 ବିରହେ ରହି ପ୍ରେମିକ ପ୍ରେମିକା ଦୁଇ

କାମାଗ୍ନିକୁ ଚାହାଁନ୍ତି

 ମନୁ ଓ ହୃଦୁ ଲିଭାଇ

 ହେଲେ ସେ ବିଧାତା

 ଯେ ଏ ପ୍ରେମ ପ୍ରଣୟର ନିର୍ମାତା

 ହୃଦୟର ଯନ୍ତ୍ରଣା ଉପଶମ ପାଇଁ

 ଗଢି ନାହିଁ ସ୍ଵତନ୍ତ୍ର

 ତାଲା ଅବା ଚାବିକାଠି

 ପ୍ରେମିକ ପ୍ରେମିକା ଦୁଇ

ଲେଖି ବସୁଛନ୍ତି

 ତାଙ୍କ ପ୍ରେମ ରାଇଜର ପ୍ରେମ ଗୀତି

 ଭାଙ୍ଗୁନି ସେ ସମ୍ପର୍କ

 ହେଉନି ସେ ଅଭୁଲା ପ୍ରେମର ଇତି

 ଦୁହେଁ ଦୁହିଁଙ୍କୁ ଲେଖି ବସୁଛନ୍ତି

 ସତେ କେଉଁ ଅଜଣା ରାଇଜରୁ

 ତାଙ୍କ ପ୍ରେମ ରାଇଜର ଅଜଣା ଚିଠି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract