STORYMIRROR

Agni kumar Sahu

Romance

4  

Agni kumar Sahu

Romance

ବିରହିଣୀ ପ୍ରିୟା

ବିରହିଣୀ ପ୍ରିୟା

1 min
271

କେଜାଣି କାହିଁକି ତୁମ ବିନେ ପ୍ରିୟା

                    ରାତି ମୋ ସରଇ ନାହିଁ

ତୁମ ପ୍ରତିଛବି ଆଖିରେ ଝଲସେ

                     ବିରହର ଗୀତ ଗାଇ ।


ପ୍ରଥମ ଦେଖାରେ ହୃଦ ସ୍ପନ୍ଦନ ମୋ

                   କ୍ଷିପ୍ରେ ଧକ୍ ଧକ୍ ହୋଇ

କେଜାଣି କାହିଁକି ତୁମ ଆକର୍ଷଣେ

                   ଆକର୍ଷିତ ହେଲି ମୁହିଁ ।


ଅଜଣା ରାଇଜେ ମନ ପକ୍ଷୀ ମୋର

                      ଉଡୁଥିଲା ମୁକ୍ତ ହୋଇ

ତୁମକୁ ଦେଖିଣ ବସା ବାନ୍ଧିବାକୁ

                       ମନ ବିଚଳିତ ହୋଇ ।


ରକ୍ତ ସଂପର୍କ ମୋ ନାହିଁ ତୁମ ସାଥେ

                        କିନ୍ତୁ ତୁମ ପାଇଁ ବାଧେ

ତୁମ ଶୂନ୍ୟତାରେ କାହିଁକି କେଜାଣି

                          ମନ ମୋର ଦାଉ ସାଧେ ।


ଅତି ମନୋରମ ଡଉଳ ଡାଉଳ

                            ତୁମରି ଚିତ୍ର ପ୍ରତିମା

ଗୋଟିଏ ଚାଉଳେ ଗଢା ତୁମ ତନୁ

                             ବର୍ଣ୍ଣନାର ନାହିଁ ସୀମା ।


ତୁମକୁ ନ ଦେଖି ଛନକା ପଶଇ

                             ହୃଦୟେ ଆସଇ ଶଙ୍କା

ଭୁଲିଗଲକିବା ମୋତେ ପରକରି

                             ଦେବ ନି ତ ମୋତେ ଧକ୍କା ।


ତୋ ଅନୁପସ୍ଥିତେ ନ ସରଇ ଦିନ

                             ବିରହ ଟି ଦାଉ ସାଧେ

ବିରହର ଜ୍ୱାଳା ମରମେ ଭେଦଇ

                              ଅଶ୍ରୁ ନୀରେ ତନୁ ଗାଧେ ।


ଆଗୋ ଚନ୍ଦ୍ରାନନୀ ପ୍ରୀୟା ବିରହିଣୀ

                               ନିର୍ଝରଣୀ କୂଳେ ଯାଏ

ତୁମ ଆଗମନ ପ୍ରତୀକ୍ଷା କରିଣ

                              ଦିନ ମୋର ସରି ଯାଏ ।


ଆସିବାକୁ ମୋତେ ଦେଇଥିଲ କଥା

                               ଅଚିହ୍ନା ପ୍ରେମ ରାଇଜେ

ଚକୋରୀ ବୋଲାଇ ଚକୋର ସଜାଇ

                                ହତାଦର କର ମୋତେ ।


ଆସ ଗୋ ସଙ୍ଗିନୀ ପ୍ରେମ କାଙ୍ଗାଳୁଣୀ

                                ମୋ ପ୍ରେମର ଉଦ୍ୟାନରେ

ଗୋଲାପ ସଜାଇ ନିତି ନୀର ଦେବି

                                ବଞ୍ଚିଥିବା ଜୀବନରେ ।



Rate this content
Log in

Similar oriya poem from Romance