STORYMIRROR

MADHU MITA

Romance Inspirational

4  

MADHU MITA

Romance Inspirational

ଓଠର ଶୋଷ... ସନେଟ୍ ହୃଦୟରୁ

ଓଠର ଶୋଷ... ସନେଟ୍ ହୃଦୟରୁ

1 min
354


ଓଃ…କି ଶୋଷ…କେତେ ଯେ ତୋର ଅବଶୋଷ…!

ଯାହା ଦେଲେ ମଧ୍ୟ ତୋତେ ସବୁ ହୋଇଯାଏ ଶେଷ…?

ତଥାପି ଦେଖି ନାହିଁ କେବେ ତୋ ମନେ ସନ୍ତୋଷ…?

କହ ଓଠ …ମୋ ଆଗରେ କର ତୋ ଇଚ୍ଛା ପ୍ରକାଶ…!!


ଦେଲି ମୁଁ ତୋତେ ଅମୀୟ ମାତୃ ଅମୃତର ସ୍ଵାଦ…!

ତଥାପି ରହିଲା କାହିଁକି କହ ତୋ ମନରେ ଅବସାଦ…?

ଦେଇଥିଲି ତେଣୁ ପୁଣି ଖଟା ମିଠା ରାଗ ଆଉ ପିତା…!

ତଥାପି କେଉଁଠି ରହିଲା କେଜାଣି ତୋର ଏତେ ଦୁଶ୍ଚିନ୍ତା…?


ଦେଲି ମଧ୍ୟ ତୋତେ ପହିଲି ବର୍ଷାର ଅପୂର୍ବ ମଧୁସ୍ପର୍ଶ…!

ମଧୁମୟ ପ୍ରେମର ଆଦ୍ୟ ମଧୁ ଆଉ ସ୍ନେହର ନିଷ୍କର୍ଷ…!!

ମଦିରା ସହ ଉଷ୍ମ ଶୀତଳ ପାନୀୟ ସବୁ ଦେଇଥିଲି…!

ତଥାପି ତୋ ତୃଷ୍ଣା ମୁଁ ଯେ କେବେ ମେଣ୍ଟାଇ ନ ପାରିଲି…??


କହିଲା ଓଷ୍ଠ ମୋ ଶୁଷ୍କତା କେବଳ ଚାହେଁ…ତୋ ଲୋତକର ସିକ୍ତ ଆର୍ଦ୍ରତା…!!

ହୃଦ ଖୋଲି ଢାଳି ଦେଲେ ତୁ… ତୃପ୍ତ ହେବି ଦୂର ହେବ ମୋର ଏ ଚିର ଶୂନ୍ୟତା…!!



Rate this content
Log in

Similar oriya poem from Romance