STORYMIRROR

Satyanarayan Sahoo

Abstract Romance Classics

4  

Satyanarayan Sahoo

Abstract Romance Classics

ମାତୃ ଭାଷା

ମାତୃ ଭାଷା

1 min
227

ମାତୃ ଭାଷା ଅଟେ ଅତି ମନୋହର

ପ୍ରତ୍ୟେକ ଶିଶୁ ପ୍ରଥମେ

ଯେଉଁ ବ୍ୟବସ୍ଥାରେ ଭାବ ରାଶି ଆନ

ପାଖରେ ସେ ପ୍ରକାଶନେ ।


ଆଗ ଭର ହୋଇ ଥାଏ ପୁଣି ଶିଖି

ସବୁ କ୍ଷେତ୍ରରେ ନିଜର

ପ୍ରୟୋଗ କରିସେ ଶିଖେ ନାନା ମତେ

ବିପୁଳ ବିଦ୍ୟା ଭଣ୍ଡାର ।


ଆୟତ୍ତ କରଇ ଯାହାର ମାଧ୍ୟମେ

ମାତୃ ଭାଷା ଅଟେ ଶ୍ରେଷ୍ଠ

ଜନନୀ ଙ୍କ ପାଶେ ପ୍ରଥମେ ସେ ଶିଖେ

ହୋଇଲେ ଶିଶୁ ଭୂମିଷ୍ଠ ।


ଭାବ ପ୍ରକାଶ ର ମଧ୍ୟମ ଧାରଣ।

ଯାହା ପାଇଁ ପ୍ରୋତ୍ସାହିତ

ହୁଅନ୍ତି ଆଶ୍ଚର୍ଯ୍ୟ ଜନକ ବିଷୟ

ଆବେଗ ଆହ୍ୱାନ ଦୀପ୍ତ ।


କରାଏ ଜୀବନେ ପବିତ୍ର ଲହରୀ 

ଯାହା ପାଇଁ ପ୍ରବାହିତ 

ମାତୃ ଭାଷା ସେହି ସମୟକ୍ରମେ ତା'

ଭାବନା କରେ ଉତ୍ଥିତ । 


ମାନବ ସମାଜ ପ୍ରତି ଶିକ୍ଷା ପାଇଁ

ସାଜେ ଯେ ଉଦାହରଣ

ମାତୃ ଭାଷା ପାଇଁ ଆନ ଭାଷା ଶିକ୍ଷା

ହୁଅଇ ସହଜ ପୁଣ ।



Rate this content
Log in

Similar oriya poem from Abstract