STORYMIRROR

SUJATA DAS

Romance

4  

SUJATA DAS

Romance

ସମ୍ପର୍କର ନଦୀ ତୀର

ସମ୍ପର୍କର ନଦୀ ତୀର

1 min
278

ଭାବିଥିଲି ମନେ

  ଦେଖାହେଲେ ତୁମେ

    କହିଦେବି ମନ ଖୋଲି

ଜୀବନ ଯନ୍ତ୍ରଣା

  ହୃଦୟ କଳ୍ପନା

    ଲୁହ ହୋଇ ଯିବ ବହି ।


ଆଖି ପଲକରୁ

   ପଢିନେବ ତୁମେ

     ଅକୁହା ଅଲେଖା ଗାଥା 

ଭରିଯିବ କ୍ଷତ

   ତୁମରି ପରଶେ

     ଅୟୁତ ଜନ୍ମର ବ୍ୟଥା ।


ତୁମରି ଅଧରୁ

   ହସ ଟିକେ ନେଇ

     ବଞ୍ଚିଯିବି ହସି ହସି

ଦୁଃଖ ଲୁହ ଯେତେ

   ଭୁଲିଯିବି ମନୁ

     ସାଜି ହୃଦୟ ପ୍ରେୟସୀ ।


ମାଗିନାହିଁ କେବେ

  ଶ୍ରାବଣ ବରଷା

     ଶୀତଳ ପରଶ ତାର 

ଫଗୁଣ ମହକ

   ଖୋଜିନି ବି କେବେ

     ସ୍ବପ୍ନ ଦେଖି ବସନ୍ତର ।


ତୁମେ ଥିଲେ ସାଥେ

   ନିଦାଘ ବଦଳେ

     ବସନ୍ତ ଆସଇ ଚାଲି

ମେଘ ଭରା ନଭେ

   ଜୋଛନା ଢାଳଇ

     ଜହ୍ନ ହୃଦୟ ଖୋଲି ।


ହୃଦୟ ଭାବନା 

  ହୃଦୟ ହିଁ ବୁଝେ

    ଆନ କେ ପାରେନି ବୁଝି

ଆଖିର ଭାଷାକୁ

   ପଢେ ସିନା ଆଖି

     କ୍ଳେଶ ଯାଏ ଦୂରେ ହଜି ।


ଭାବିଥିଲି ମନେ

   ଦୁନିଆ ଭିଡରେ

      ତୁମେ ବେଶୀ ଆପଣାର

ତୁମ ଚାରିପଟେ

   ଗୋପାଙ୍ଗନା ମେଳ

      ପରିଚୟ କାହିଁ ମୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance