STORYMIRROR

Saipriya Nayak

Romance

3  

Saipriya Nayak

Romance

ପ୍ଲାଟଫର୍ମ ର ଶେଷ ବେଞ୍ଚ

ପ୍ଲାଟଫର୍ମ ର ଶେଷ ବେଞ୍ଚ

1 min
137


ପ୍ଲାଟଫର୍ମର ଶେଷ ବେଞ୍ଚ ରେ ଝିଅ ଟିଏ

ବେଶ୍ ଚୁପଚାପ୍

ଅନ୍ଧାରଠୁଁ ବେଶୀ ଅନ୍ଧାର

ତା ଆଖି ର ଅନ୍ଧାର

ଯେମିତି ଢାଙ୍କି ଦେଇଛି ସାରା ପୃଥିବୀ ll


ସେ ଚିତ୍ର ଆଙ୍କୁଛି କି ମନ

 ଭିତରେ କାହା ପାଇଁ

 ସ୍ୱପ୍ନ ବୁଣୁଛି କି ନିଜ କଳାଘୁମର ଆଖିରେ

ଏକ ନୂତନ ସୂର୍ଯୋଦୟ ପାଇଁ

 କାଳେ ଅନ୍ଧାର ନେସିଯାଇଥିବା 

ଆକାଶ ରୁ କେହି ଜଣେ

ଇନ୍ଦ୍ରଧନୁଟିଏ ସାଜି ଓହ୍ଲାଇ ଆସିବ

 କିଛି ସମୟ ପାଇଁ.... 

ହାତ ଧରି କଢେଇ ନେବ ବାଟ

ଯେଉଁଠି ଅନ୍ଧାର ବେଶି ବେଶି ଥାଏ। 


ଆଜି ବି ସେଇ ସୁନା ରଙ୍ଗର ଝିଅ ଆସୁଛି। 

ଏବେ କଣ ସେ ପୁଣି ଥରେ

ବସିବ ସେଇ ଶେଷ ବେଞ୍ଚ ରେ

ଯେଉଁଠି ଓହଳିଥିବା ପଳାଶ ଡାଳରୁ

ଆଉ ପତ୍ର ଝଡୁ ନ ଥିବ

ଖାଲି ଖାଲି ଆଖି ରେ ଆକାଶ କୁ ଚାହିଁବ

ମୁହଁ କୁ ଦି ହାତ ପାପୁଲିରେ

ଢାଙ୍କି ଲୁଚାଇ ଦେବ ଯେତେ ସବୁ ଅନ୍ଧାର। 

ସମୟ ଠାରୁ ହିସାବ ମାଗିବ

ତା ନିରୀହ ଚାହାଣୀରେ। 


ନା ସେ ଏବେ ହସିବା ଆରମ୍ଭ କରିଛି। 

ଏବେ ଖାଲି ଆଲୁଅ ର ରୋଷଣୀ

ଗୁଣୁଗୁଣୁ ହେଇ ଗାଉଛି

ଭଲପାଇବା ର ଗୀତ

ସ୍ୱପ୍ନ ସବୁ ତା ଚାରିପଟେ 

ପଇଁତରା ମାରନ୍ତି ପ୍ରଜାପତି ପରି

ମନ ସାରା ପ୍ରୀତି ର ପରାଗ

ଇଏ ସେଇ ପ୍ଲାଟଫର୍ମ ର ଶେଷ ବେଞ୍ଚ ର

ଝିଅ ଯିଏ ନିଜକୁ ଖୁବ୍ ନିରେଖି ଦେଖୁଛି

ବୋଧହୁଏ ଫର୍ଚ୍ଚା ହେଇ ଆସୁଛି। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance