STORYMIRROR

Saipriya Nayak

Romance

3  

Saipriya Nayak

Romance

ତମେ ଆଉ ନୀରବତା

ତମେ ଆଉ ନୀରବତା

1 min
256


ଥରେ ଥରେ ତମେ ଏମିତି ମୋ 

ସାମ୍ନା ରେ ଉଭାହୁଅ ତମେ

ରଙ୍ଗ ସବୁ ଦିଶନ୍ତି ଆହୁରି ନିବିଡ଼

ନାଲି ହୁଏ ଗାଢ ନାଲି

ବିଲ୍ କୁଲ୍ ତୁମ ଓଠ ପରି

ନୀଳ ହୁଏ ନୀଳତର ତୁମ ଆଖି ପରି

ଶାଗୁଆ ଦିଶେ ଜୀବନ୍ତ ଠିକ୍ ତୁମ ପରି। 


ଏତେ ସବୁ ପରେ ବି

ତମେ ନୀରବ ରହିଲ। 

ଛୁଇଁବାକୁ ଦେଲନି ତୁମ ଓଠ କି କପାଳ

ମୁଁ କେବଳ ବିସ୍ତାରୁଥିଲି

ଅଗରବତୀ ର ବାସ୍ନା ପରି

କୋଳେଇବାକୁ ତୁମର ଚେତନ ଅବଚେତନ 


କାନଡେରି ଶୁଣିବାକୁ ଚାହୁଁ ଥିଲି

ତୁମ ଛାତି ତଳ ତରଙ୍ଗ

ସେଇ ଗୋଟିଏ ମୁହୂର୍ତ୍ତ ଚାହୁଁ ଥିଲି

ମୋ ନିଜର କରି ରଖିବାକୁ ସବୁଦିନ

ସବୁ ଜାଣି ବି ତୁମେ ନୀରବ ରହିଲ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance