STORYMIRROR

Panchanan Jena

Romance

4  

Panchanan Jena

Romance

କବିତା କିଶଳୟ

କବିତା କିଶଳୟ

1 min
258


ଵର୍ଷା ଛିଟାରେ ତୁ

ଗୀତି କବିତାରେ ତୁ

ରକ୍ତ ଗୋଲାପରେ ତୁ

ପକ୍ଷୀ କୂଜନରେ ତୁ

ସ୍ମତି ଆଇନାରେ ନିତିଦିନ 

ଦେଖୁଛି ତୁମକୁ

ଧରା ଦେବ କେଉଁଦିନ

କହିବ କି ସଂଜକୁ ।


ସଞ୍ଜ ସଳିତ।ରେ ତୁ

ଶଙ୍ଖ ବାଜଣରେ ତୁ

ଧୂପ ନୈବେଦ୍ୟରେ ତୁ

ଫୁଲ ସୁଗନ୍ଧରେ ତୁ

ଅନୁଢ଼ା ଆଷାଢୀ ଆନମନା ତଟିନୀ ତୁ

ପ୍ରଗଲ୍ଭା ବାଟଭୁଲା କୁଳୁକୁଳୁ ଝରଣା ତୁ

ବିଜୁଳି ବରଣା ଲାଜକୁଳି ବଉଦ ତୁ

ନିତମ୍ବ ପ୍ରସାରୀ ମଧୁଲଗ୍ନା ମୌସୁମୀ ତୁ

ଦାଣ୍ଡ ଦରଜା ଖୋଲା କରି

ପ୍ରତିକ୍ଷାନ୍ତ ଅନନ୍ତ ଅଭିଳାଷୀ

ଲକ୍ଷାରଂଗ ଲଗେଇ ବାଁ ପାଦ ପକେଇ 

ଅଲିଭା ଦାଗନ୍ଵେଷୀ ପ୍ରେମପ୍ରେୟସୀ ।


ସକାଳ କାକରରେ ତୁ

ପ୍ରଭାତି ଆକାଶରେ ତୁ

ଶାନ୍ତ ପୋଖରୀରେ ତୁ

ନୀର ପଦ୍ମପତ୍ରେ ତୁ

ପୂଜା ଥାଳି ଧରି ମନ୍ଦିରାର୍ଥେ କୂଳବଧୁରେ ତୁ

ସବୁଜିମାରେ ଛନ୍ଦା ସୁନାକ୍ଷେତ ଲହଡିରେ ତୁ

କଳସୀ ଜଳରେ ଚଲକି ଛଲକି ପାଣିଟୋପା ତୁ

ଆଇନା କାଚ ଚନ୍ଦ୍ର ବନ୍ଦନୀରେ ନାଳି ଟିକିଲି ତୁ

ବେପଥୁ ହୃଦୟ ନେଇ ବସିଛି ଚାହିଁ

ଆସିବ ମୋ ପ୍ରାଣସ୍ପନ୍ଦନ

ରଜ ମଉଜରେ ମାତିବା ଉଭୟେ

କଳିକା କିଶଳୟ ଉଦୟ ବନ୍ଦନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance