STORYMIRROR

Biswanath Nayak

Tragedy

3  

Biswanath Nayak

Tragedy

ମଉଳା ଫୁଲ

ମଉଳା ଫୁଲ

1 min
51


ମଉଳା ଫୁଲ ମୁଁ ,

    ନ ଆସି ମୋ ପାଶେ

           କାହିଁ ଯାଉ ମଧୁକର ?

କାଲି ମୁହିଁ ଥିଲି

     ତୋ ପ୍ରାଣବାନ୍ଧବୀ

           ଆଜି କିଆଁ ହତାଦର ?


ଗୁଣୁ ଗୁଣୁ ତାନେ

     ମଧୁର ଗୁଞ୍ଜନେ

           ତୋଷୁଥିଲୁ ମନ ମୋର,

କହି 'ପ୍ରାଣପ୍ରିୟା'

      ମୋ ଚାରୁ ଲପନେ

              ଚୁମ୍ବୁଥିଲୁ ବାରମ୍ବାର। 


ଧନ ଯଉବନ

       ନୁହେଁ ଚିରନ୍ତନ

               ଆଜି ଅଛି କାଲି ନାହିଁ,

ରୂପ ମୋର ଆଜି

       ମଉଳିଲା ବୋଲି

               ମୋ ପାଶେ ନ ଆସୁ ତୁହି। 


ମଉଳି ନଥିଲେ

        ଦେବତାର ଶିରେ

                ପାଇଥାନ୍ତି ମୁହିଁ ଶୋଭା ,

ମଣ୍ଡିଥାନ୍ତି କିବା

        ମଧୁଶାଳା ପୁରେ

                 କାହା ପ୍ରିୟତମା ଗଭା। 


ସମୟ ଚକ୍ରରେ

         ମଉଳିଲି ମୁହିଁ

                ଏଥିରେ କିବା ମୋ ଦୋଷ,

ସମସ୍ତଙ୍କ ପାଇଁ

         ଅଲୋଡ଼ା ମୁଁ ଆଜି

                   ସରବେ ସ୍ଵାର୍ଥର ଦାସ। 


କାମ ସରିଗଲେ

          ମଣିଷ ଯେମିତି

                   ବାଟ ଭାଙ୍ଗି ଚାଲିଯାଏ,

ଯାଆ ତୁ ଭ୍ରମର !

          ଦୁଃଖ ନାହିଁ ମୋର

                    ସଂସାରର ରୀତି ଇଏ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy