STORYMIRROR

ବିରେନ୍ଦ୍ର କୁମାର ପାଣି

Tragedy

3  

ବିରେନ୍ଦ୍ର କୁମାର ପାଣି

Tragedy

ଲକଡାଉନ ଓ ଜୀବନ

ଲକଡାଉନ ଓ ଜୀବନ

1 min
27


  ଗାଁ ରୁ ସହର ବଜାର ଠୁ ଘର

    ପଡିଛି ଆଜିରେ ତାଲା

   ହା ହତାସରେ ଡହଳ ବିକଳ

    ହେଉଛନ୍ତି ଘର ଵାଲା

    ଧନ୍ୟ ହେ ଉପର ବାଲା

 କରୋନାକୁ ଆଣି ଏ ଗାଁ ଦାଣ୍ଡରେ

   କାଇଁ କରୁ ଆଜି ଠିଆ ପାଲା

 କରୋନାକୁ ଆଣି ଏ ଗାଁ ଦାଣ୍ଡରେ

  କାଇଁ କରୁ ଆଜି ଠିଆ ପାଲା।।


 କରୋନା ରଚିଲା ତାଣ୍ଡବ ଏଠି

    ରଚିଲା ନୂଆ ନିୟମ

 ଏ ଧରା ଧରଣୀ ଧନ୍ୟ ହୋଇଛି

   ଦେଖି ତା ଅମୃତ ପ୍ରେମ

କେତେ ବୃକ୍ଷ ଏଠି ରକ୍ଷଣ ହୋଇଛି

   ପ୍ରଦୂଷଣ ଆଜି କମ

ଯାନ ବାହାନରେ କିଏ ଯିବ ଚାଲି

   ଦେଖାଇ ନିଜର ଦମ

ଯାନ ବାହାନରେ କିଏ ଯିଵ ଚାଲି

   ଦେଖାଇ ନିଜର ଦମ।।


  ଘରତ ଛାଡିଲ ବିଦେଶକୁ ଗଲ

    ଦାଦନ ଖଟିବା ପାଇଁ

 ଟଙ୍କା ପଇସାକୁ ଉପଭୋଗ କରି 

    ଜୀବନ କାଟିବା ପାଇଁ

   କଣ ଖୁସିରେ ରହିବା ପାଇଁ

ଆଜି ସଭିଙ୍କୁ ଏକାଠି କରିବା ପାଇଁକି

   କରୋନା ଆସିଛି ଧାଇଁ

ଆଜି ସଭିଙ୍କୁ ଏକାଠି କରିବା ପାଇଁକି

   କରୋନା ଆସିଛି ଧାଇଁ।।


  ଯିଏ ତ ତୁମର ଉପକାର କଲା  

   ତୁମେ କରିଲ ତାହାର କ୍ଷତି

 ଧର୍ମର ରାଜ୍ୟରେ କରୋନା ପଶିକି

   କରୁ ଅଛି ରାଜନୀତି।

   ସତେକି ଅଭୟ ନୀତି

  ପ୍ରକୃତି ସହିତ ଜୀବଜନ୍ତୁ ମିଶି

   ପାଉଛନ୍ତି ଆଜି ଶାନ୍ତି

  ପ୍ରକୃତି ସହିତ ଜୀବଜନ୍ତୁ ମିଶି

   ପାଉଛନ୍ତି ଆଜି ଶାନ୍ତି।।


 କରୋନା ଆସିଲା ରାଜନୀତି କଲା 

   ଆଣିଲା ଦେଶେ ସଂହତି

 ତା ରାଜନୀତିରେ ପ୍ରତିଷ୍ଠିତ କଲା

   ଭାରତୀୟଙ୍କ ସଂସ୍କୃତି

 କଣ ବଦଳିଲା ଦେଶେ ନୀତି

ଏ ନୀତିକୁ ଯିଏ ଅମାନ୍ୟ କରିବ 

   ନିଶ୍ଚେ ହେବ ତାର କ୍ଷତି

ଏ ନୀତିକୁ ଯିଏ ଅମାନ୍ୟ କରିବ

  ନିଶ୍ଚେ ହେବ ତାର କ୍ଷତି।।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy