Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

ବିରେନ୍ଦ୍ର କୁମାର ପାଣି

Others

3  

ବିରେନ୍ଦ୍ର କୁମାର ପାଣି

Others

ଚିଠିରେ ଚିଠିରେ

ଚିଠିରେ ଚିଠିରେ

1 min
18



  

କିଛି ବର୍ଷ ପୂର୍ବେ ଅନତି ଦୂରରେ

  ଲୋକେ ବହୁ ରହୁଥିଲେ 

ଯୋଗାଯୋଗ ପାଇଁ ବ୍ୟାକୁଳ ଭାବରେ

  ଡାକରେ ସେ ପଠାଇଲେ।।


ବହୁତ କଷ୍ଟରେ ଅତି ନିରନ୍ତରେ

   କାଟୁଥିଲେ ବହୁ କାଳ 

ଅଭାବରେ ପଡି ଦେଉଥିଲେ ରଡି

   ଚିଠିରେ କଟିଲା ବେଳ।।


ଲେଖିଦେଲେ ଚିଠି ଘୁଂଚିବ ଏଇଠି

    ଦୁଃଖ ଦୁର୍ଦ୍ଦଶା ସମୟ

ପରିବାରଲୋକେ ଖୁସି ମନାସିବେ

    ଟଙ୍କା ପାଇ କରି ଜୟ।।


ପ୍ରିୟଜନ ଲୋକେ ଖବର ଅନ୍ତର

   ନେଉଥିଲେ ଚିଠି ମଧ୍ୟେ

ଫେରସ୍ତ ଚିଠିର ଅପେକ୍ଷାରେ ରହି

   କଟୁଥିଲା ଦିନ ଅଧେ।।


ପ୍ରେମର ପ୍ରତୀକ ଥିଲା ସେହି ଚିଠି

    ନିବିଡ଼ ସେ ଚିର ସ୍ମୃତି

 କୋଇଲିର ସୁରେ ପୀରତି ବାନ୍ଧଇ

    ଗାଏ ହୃଦୟର ଗୀତି।।


ଅଟେ ବଡ଼ ସ୍ମୃତି ଚିଠିର ପୀରତି

   ବାନ୍ଧୁଥିଲା ବନ୍ଧନରେ

ହୃଦୟର ସୁରେ ବାସ୍ତବ ଭାବରେ

   ଲେଖା ହୁଏ ନିରନ୍ତରେ।।


 



Rate this content
Log in