STORYMIRROR

ବିରେନ୍ଦ୍ର କୁମାର ପାଣି

Tragedy

3  

ବିରେନ୍ଦ୍ର କୁମାର ପାଣି

Tragedy

ସ୍ବାଧୀନତା

ସ୍ବାଧୀନତା

2 mins
28


ଭାଗ୍ୟର ଅଧିନ ହୋଇ ପରାଧୀନ

  ଥିଲେ ଯେତେ ରାଜ୍ୟରେ

ପରାଧୀନ ରହି କଷ୍ଟେ ମଧ୍ୟ ଥାଇ 

  ରହୁଥିଲେ ନିରନ୍ତରେ।।


ଇଂରେଜ ଶାସନ କଲେ ଯେଉଁ ଦିନ

    କରିଲେ ନିଜ ରାଜୁତି

 ଲୁଟିନେଲେ ସବୁ ଏ ଧନ ସମ୍ପତ୍ତି

    ବଦଳିଲା ଆମ ନୀତି।।


 ବଦଳିଲା ଆମ ଦେଶର ଭାଗ୍ୟ 

     ବଦଳିଲା ଚଳଣି

ବଡ଼ ବଡୁଆ ଆସି ଯେବେ ନୀତି ମିଶି

    ବସି ରହୁଥିଲେ କ୍ଷଣି।।


ଏକାଠି ମିସିଲେ ଏକାଠି ବସିଲେ 

   କରିବେ ଦେଶ ସ୍ଵାଧୀନ

ଅହିଂସା ମାର୍ଗରେ ଯିବା ପାଇଁ ସେତ

   ସ୍ଥିର କଲେ ନିଜ ମନ।।


ହେଲାତ ବିଜୟ କଲେ ପରାଜୟ

   ତଡିଲେ ନିଜ ଦେଶରୁ

  ବ୍ରିଟିଶ ମାନଙ୍କ ଶାସନରୁ ମୁକ୍ତି

   ପାଇଲେ ତାଙ୍କ ପାଖରୁ।।


ସ୍ୱାଧୀନ ହେଲା ବାନା ତ ଉଡିଲା

  ହେଲା ଘୋଷଣା ଚଉଦରେ

ରାତ୍ରେ ଜାଗି ରହି ଅଗଷ୍ଟ ମାସରେ

  ଘୋଷଣା କଲେ ନିରନ୍ତରେ।।


  ପାଳିଲେ ପର୍ବ ପ୍ରତିବର୍ଷ ନବ

     ଆନ୍ତର୍ଜାତିକ ସ୍ତରରେ

  ସ୍ୱାଧୀନ ମଣିଷ ସ୍ୱାଧୀନ ଏଦେଶ

    କହିଲେ ଅତି ଗର୍ବରେ।।


  ଅଗଷ୍ଟ ପନ୍ଦର ପାଳନ କରନ୍ତି

    ସ୍ୱାଧୀନତା ଦିବସ ପାଇଁ

 ଦେଶ ବିଦେଶରେ ଅନ୍ତ ରାଷ୍ଟ୍ରରେ

  ଜନ ଗଣ ମନ ଅଧି ଗାଇ।


ସରକାର ଆଜି ଘୋଷଣା କରିଲେ 

    ପାଳନ କରିବା ପାଇଁ

 ପିଲାଠୁ ବଡ଼ଏଁ ଧାଇଁଲେ ସଭିଏଁ

   ପତାକାକୁ ସଙ୍ଗେ ନେଇ

   ପତାକାକୁ ସଙ୍ଗେ ନେଇ।।

   


     ବନ୍ଦେ ଉତ୍କଳଜନନୀ

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy