STORYMIRROR

ବିରେନ୍ଦ୍ର କୁମାର ପାଣି

Tragedy

3  

ବିରେନ୍ଦ୍ର କୁମାର ପାଣି

Tragedy

ଗଜାନନାୟ ନମଃ

ଗଜାନନାୟ ନମଃ

1 min
24


 ମସ୍ତକ ଅଟଇ ଗଜର ରୂପ

  ମଣିଷ ଶରୀରଧାରୀ

ବିଘ୍ନ ବିନାଶନ ଗିରିଜା ନନ୍ଦନ

 ଆହେ ବୈକୁଣ୍ଠ ମୁରାରୀ।।


ଗଜ ରୂପଧାରୀ ହେ ବିଶ୍ୱ ମୁରାରୀ

  ପ୍ରତି ପୂଜା ଆରମ୍ଭରେ

ତଵ ପୂଜା ସାଧେ ଏ ବିଶ୍ୱ ମାନବ

  ସବୁ କାର୍ଯ୍ୟ ଆରମ୍ଭରେ।।


ଲଡୁକେଶ ବୋଲି ଲୋକେ ପୁଜିଥାନ୍ତି

  ପ୍ରିୟ ଭୋଗ ଲଡୁ ଦେଇ

ବିଦ୍ୟା ଦାତାରେ ରୂପେ ଛାତ୍ର ମନାସନ୍ତି

  ଓଷାରେ ଉପାସ ରହି।।


ତଵ ଦିବ୍ୟ ପୂଜା କରେ ଯେଉଁ ଜନ

  ସର୍ଵ କାର୍ଯ୍ୟ ଆରମ୍ଭରେ

ସବୁ କାର୍ଯ୍ୟରେ ସେ ସଫଳିତ ହୁଏ

  ପ୍ରତିଟି ମୁହୂର୍ତ୍ତରେ।।


ପାର୍ବତୀ ନନ୍ଦନ ମହାଦେବ ଧନ

  ଅଟ ତୁମେ ଗଜାନନ

ଆବାହାନ କରି ବିଶ୍ୱକୁ ଭ୍ରମଣି

  କଲ ମୂଷାକୁ ବାହନ।।


 ବ୍ରହ୍ମାଣ୍ଡ ଭ୍ରମଣ କରିବା ପାଇଁ କି 

  ଭ୍ରାତା ସଂଗେ ଭ୍ରମରିଲ

ପିତା ମାତାଙ୍କର ଚତୁଃପା6ର୍ଶ୍ଵ ଘୁରି

  ମହାଜ୍ଞାନୀ ବୋଲାଇଲ।।


ଜଗତର ଜନ କରେ ତଵ ପୂଜା

 ମହାବିଦ୍ୟା ପ୍ରାପ୍ତ ପାଇଁ

ବିଘ୍ନ ବିନଶକ ସିଦ୍ଧି ବିନାୟକ

 ଆହେ ଜଗତ ଗୋସାଇଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy