STORYMIRROR

Lalit kumar Swain

Romance Tragedy

3  

Lalit kumar Swain

Romance Tragedy

ବିରହ ଚିଠି

ବିରହ ଚିଠି

1 min
147

ପ୍ରାଣ ପ୍ରିୟେ....

ହୃଦୟର ବେଦନାକୁ ପାରିଲିନି ରଖି ଓଠପରେ

ଅଶ୍ରୁ ମିଶା କିଛି କଥା ,ଚିଠି ଲେଖି କାଗଜରେ।

ଗଲାବେଳେ କିଛି ଶବ୍ଦ ଲେଖି ଥିଲ ମୋ ପାଇଁ

ବୁକୁ ଫଟା ଲୁହ ଝରେ , ନିତି ତୁମ ପାଇଁ।


ନିତି ଶୁଭ ମନାସୁଛି ନିଶ୍ଚେ ଥିବ କୁଶଳରେ

ମୋ ଅବସ୍ଥା ଭଲ ନାହିଁ ତୁମେ ଗଲା ପରେ।


ଦେଖିବ ଏକ ସଂସାର ଭିନ୍ନ, ଆସିବ ଯେବେ ଫେରି

ନଥିବ ମନ ମଳିନ୍ୟ, ରାଗ, ଦ୍ୱେଷ, ଦୁଃଖର ଲହାରୀ।


ନଥିବେ ପଥରୋଧକ, ଈର୍ଷାଳୁ କି ଦୁଷ୍ଟ ବ୍ୟଭିଚାରୀ

ଅଦାରିବେ ପିତୃ, ମାତୃ,ବନ୍ଧୁ , ସଖା ନ ହୋଇ ବାଇରୀ

ଥିବ ଖାଲି ସ୍ନେହ, ଭଲପାଇବା, ସତେ ବଇକୁଣ୍ଠ ପୁରି

ଦେଖିବ ଏକ ସଂସାର ଭିନ୍ନ, ଆସିବ ଯେବେ ଫେରି।


ଜୀବନ ଲାଗୁଛି ଶୂନ୍ୟ, କ୍ଷୁଦ୍ର ପ୍ରାଣ ହାହାକାର ମୟ

ପଲକେ ପଲକେ ଛିଣ୍ଡି ବେଦନାରେ ପଡେ ମୋ ହୃଦୟ।


ନ ସହି ଭର୍ତ୍ସନା ସିକ୍ତ କାଟୁ ବାକ୍ୟ, ଯାଇଥିଲ ଫେରି

କୋମଳ ତନୁ କାନ୍ତି ତବ ବ୍ୟଥା ,କ୍ଳେଶ ସହି ନ ପାରି

ଦେଖିବ ଏଠି କେବଳ ଭଲ ପାଇବା ରହିଛି ଆବୋରି

ନଥିବ ମନ ମଳିନ୍ୟ, ରାଗ, ଦ୍ୱେଷ, ଦୁଃଖର ଲହାରୀ।


ସମଦର୍ଶୀ ହେବା ପାଇଁ କହିଥିଲ, ଅଭିମାନ ତ୍ୟାଗ କରି

ଅଭିମାନ ଦେଇଛି ସାରି, ନୟନର ତପ୍ତ ଲୁହେ ଆଦ୍ର କରି।


ଅବିଳମ୍ବେ ଆସିବ ଫେରି କରିବନି ପ୍ରିୟେ ଡେରି

ଅଛି ତବ ଅପେକ୍ଷାରେ ଚିଠି ଲେଖା ଶେଷ କରି।।

।ଇତି।

 ତୁମର ଲଳିତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance